ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

add-all

ଦାରିଙ୍ଗବାଡ଼ି,(୨୧/୬) : ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତା ବଣ୍ଟନ ଓ ବ୍ଲକ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଜୀବନ ଜୀବିକା ସ୍ୱାବଲମ୍ବୀ କରିବା ଏବଂ କ୍ଷୁଦ୍ର ବ୍ୟବସାୟୀ ପ୍ରତ୍ସାହନ ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ମଧୁବାବୁ ପେନସନରେ ୧୧୬ଜଣ ନୂତନ ହିତାଧିକାରୀଙ୍କୁ ଭତା ବଣ୍ଟନ କରିବା ସହିତ ୪୫ ଜଣ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରତ୍ସାହନ ରାଶି ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବିଡିଓ ଗଦାଧର ପାତ୍ର, ତହସିଲଦାର ଚାରଲସ ନାୟକ, ସମିତି ଅଧକ୍ଷ ସୁଶାନ୍ତ ପ୍ରଧାନ ଓ ସମିତି ସଭ୍ୟ ସାଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.