ଥାନାରୁ ବ୍ରାଉନସୁଗାର ବେପାରୀ ଚମ୍ପଟ ଘଟଣା, ୩ ପୋଲିସ ନିଲମ୍ବିତ

add-all

ଜଳେଶ୍ବର: ଜଳେଶ୍ବର ଥାନା ପରିସରରୁ ବ୍ରାଉନସୁଗାର ବେପାରୀ ଚମ୍ପଟ ଘଟଣାରେ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସବ୍‌ ଇନ୍ସପେକ୍ଟର ପ୍ରିୟଦର୍ଶନୀ ଖଟୁଆ, କନେଷ୍ଟବଳ ସେକ ମୈଉଦ୍ଦିନ ଓ ଏପିଆର ଜବାନ ରବୀନ୍ଦ୍ର କୁମାର ହାଁସଦା ନିଲମ୍ବିତ ହୋଇଛନ୍ତି। ଆଇଜିଙ୍କ ନିର୍ଦ୍ଦେଶରେ ଏଏସପି ଅମରେଶ ପାଣିଗ୍ରାହୀ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଏଏସପି ଅମରେଶ ପାଣିଗ୍ରାହୀ ଘଟଣାର ତଦନ୍ତ କରିଥିଲେ। ଗତ ରବିବାର ବିଳମ୍ବିତ ରାତିରେ ଜଳେଶ୍ବର ଥାନା ପରିସରରୁ ଅଟକ ବ୍ରାଉନସୁଗାର ବେପାରୀ ମୁକ୍ତାର ଖାନ ଫେରାର ହୋଇଯାଇଥିଲା। ଗତ ଶନିବାର ବ୍ରାଉନସୁଗାର ସହ ମୁକ୍ତାରଙ୍କୁ ଧରିଥିଲା ଜଳେଶ୍ବର ପୋଲିସ।

ad-week
Leave A Reply

Your email address will not be published.