ଧାନଘର ଉଚ୍ଚବିଦ୍ୟାଳୟରେ ବିଶ୍ୱ ଯୋଗଦିବସ ପାଳନ

add-all


 ଚିକିଟି-ଚିକିଟି ବ୍ଲକ ଧାନଘର ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ବିଶ୍ଵ ଯୋଗ ଦିବସ ପାଳନ ହୋଇଯାଇଛି। ଶୀଧେଶ୍ୱର  ପ୍ରଜାପିତା ଇଶ୍ୱରୀୟ ବିଶ୍ଵବିଦ୍ୟl ଳୟ ବ୍ରହ୍ମା  ର ସଂଚାଳିକ ଶିବ କନ୍ୟା ଭଉଣୀ ଯୋଗ ଦେଇ ରାଜ ଯୋଗ ମାଧ୍ୟମରେ ପରମାତ୍ମା ସହିତ ଆତ୍ମା ର ମିଳନ ହୋଇଥାଏ ବୋଲି କହିବା ସହିତ ପ୍ରକୃତ ଯୋଗ କଣ ତାହାଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ  । ।ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ସି ଡି ପି ଓ ମାଧୁରୀ ପାଢ଼ୀ ଋକ ବେଦ ରେ ଯୋଗ ଉପରେ କଣ ଉଲ୍ଲେଖ ରହିଛି ତାହା ଉପରେ ଆଲୋକପାତ କରିଥିଲେ l, ଚିକିଟୀ ଓ ଶୀଧେଶ୍ୱର ଶାଖା ରୁ ଅମ୍ବିକା ଭଉଣୀ ମାମୁନୀ ଭଉଣୀ, ସୁରେଶ ଭାଇ, ରମେଶ ଭାଇ, ରବି ଭାଇ ଓ ସି  ଆର ସି ସି ଭାବାନୀ ପ୍ରସାଦ ମହାପାତ୍ର ମଧ୍ୟ ଯୋଗ ଦେଇଥିଲେ।ଯୋଗ ଦିବସ ଅବସରରେ କ୍ରୀଡ଼ା ଶିକ୍ଷକ ସୀମାଞ୍ଚଳ ଗୌଡ଼ ଛାତ୍ର ଛାତ୍ରୀ ଙ୍କୁ ଯୋଗ ଶିକ୍ଷା ଦେଇଥିଲା ବେଳେ ସହକାରୀ ଶିକ୍ଷକ  ଫକୀର ମୋହନ ବିଷୋୟୀ, ବୈକୁଣ୍ଠ ନାଥ ପାଢ଼ୀ, ପ୍ରମୋଦ ବୈଦ୍ୟ, ବୈକୁଣ୍ଠ ନାଥ ସାହୁ, ସୁନୀଲ ପଣ୍ଡା, କୁରେସୁ ସେଠି, ବୃନ୍ଦାବନ ବିଷୋୟୀ, ମଧୁସୂଦନ ପାଗୋଡା ପ୍ରମୁଖ ସହଯୋଗ କରିଥିଲେ।ସେହିପରି ଚିକିଟି ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଡ଼ଃ ଭବାନି ପ୍ରସାଦ ପଣ୍ଡା ଙ୍କ ସଭାପତିତ୍ୱ ରେ ଯୋଗ  ଦିବସ ପାଳନ କରାଯାଇଛି।ଏ ଅବସରରେ ଆର୍ଟ ଅଫ ଲିଭିଂ ର ଯୋଗ ଗୁରୁ ବି.ଶ୍ୟାମ ବାବୁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଓ ପ୍ରଣାୟମ ର କଳା କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.