ଦୁର୍ନୀତି ରେ ଉବୁଟୁବୁ ରାଇଘର ବ୍ଲକ : ଦିନ ଦିପହର ରେ ଲୁଟୁଛନ୍ତି ପ୍ରଶାସନିକ ଅଧିକାରୀ…

youtube

ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଅଞ୍ଚଳ ବାସୀ ଜଳକା…!

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା୍ ରାଇଘର ବ୍ଲକ ଏକ ମାଓ ପ୍ରଵଣ ଅଞ୍ଚଳ ହୋଇଥିବା ବେଳେ ସରକାରୀ ବାବୁମାନେ ନକ୍ସସଲ ବାହାନା ଦେଖାଇ ସରକାରଙ୍କ ଉର୍ଣ୍ଣୟନ ମୂଳକ କାମ ଗୁଡ଼ିକ ବେଖାତିର ଭାବେ ସରକାରୀ ନିୟମ କୁ ଖୁଲାମ ଖୁଲା ଉଲଘଂନ କରାଯିବାକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ର ଉଦାର ମନ ଭାବ ନା ଆଉକିଛି ତାହା ସାଧାରଣ ରେ ସନ୍ଦେହ ଉଙ୍କି ମାରୁଛି l ସ୍ଥାନୀୟ ବି ଡ଼ି ଓ ଙ୍କ ଠାରୁ ଯନ୍ତ୍ରୀ ଓ ଠିକାଦାର ଙ୍କ ଗଭିର ମଧୁଚନ୍ଦ୍ରିକା ରେ ସରକାରୀ ଅନୁଦାନ ଗୁଡିକୁ ସରକାରୀ ନିୟମ କୁ ଫୁ କରି ଆତ୍ମସାତ କରିବାରେ ଲାଗି ଛନ୍ତି l ସୂଚନା ଥାଉକି ଏହି ପରି ଏକ ନଗ୍ନ ଦୃଶ୍ୟ ତୁରୁଡ଼ିହି ଡ଼ି ,ଏନ,କେ, ରେ ଜାତିୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଅନ୍ତର ଭୁକ୍ତ ପୋଖରୀ ପୁନଃରୁଦ୍ଧାର କାମ ରେ ଜାଲିଆତି କରି ଟଙ୍କା ହଡପ କରି ଥିବାକୁ ନେଇ ଅଭିଯୋଗ ଆସିଛି ,ପ୍ରକୋଳ୍ପର ପରିମାଣ ପାଞ୍ଚ ଲକ୍ଷ୍ ଟଙ୍କା ର ଅଟକଳ ଥିବା ବେଳେ ଗ୍ରାମର କିଛି ମହିଳା ସଂଘଠନ କୁ ହାତବାରିସୀ ରୂପେ ବ୍ୟବହାର କରି ସ୍ଥାନୀୟ ପି ଇ ଓ ଏହିଭଳି ନିମ୍ନ ମାନର କାର୍ଯ୍ୟ କୁ ମଞ୍ଜୁରୀ ଦେଇ ମୋଟା ଅଙ୍କର ପି ସି ନେଇ ଥିବା ଅଭିଯୋଗ ହୋଇଛି l ପୋଖରୀର ଦୁଇ ପାର୍ଶର ମାଟିକୁ ଅଳ୍ପ ପରିମାଣରେ ଚାଞ୍ଚି ଦେଇ ପୋଖରୀ ତଳ ସମତଳ କରି ମିଥ୍ୟା କରି ଟଙ୍କା ହଡପ କରିଛନ୍ତି ବୋଲି ଗାଁ ର ବୁଦ୍ଧି ଜୀବି ଓ ସାଧାରଣ ଅଭିଯୋଗ ଆଣିଛନ୍ତି ଦେଖିବାକୁ ପୋଖରୀ ରୁ ବାହାରି ଥିବା ଅଳ୍ପ ମାଟି ହିଡ଼ରେ ପଡ଼ିଥିବା

ଦେଖିବାକୁ ମିଳିଛି ଯାହାକୁ ନେଇ ତୁରୁଡ଼ିହି ଗ୍ରାମର ବୁଦ୍ଧିଜୀବୀ କହିବା କଥା ପାଞ୍ଚ ଲକ୍ଷ୍ୟ ଟଙ୍କାର ମାଟି ଗଲା କୋଆଡ଼େ..? ଏହି ପରି କାମକୁ ସରକାରୀ ବାବୁ ମାନେ ମୋଟା ଅଙ୍କର ପିସି ନେଇ ସେମାନଙ୍କ ପକେଟ ଗରମ କରିଥିବା ଅଭିଯୋଗ ଆସିଛି ଏହି କ୍ଷେତ୍ରରେ ସ୍ଥାନୀୟ ବିଡ଼ିଓ ଙ୍କୁ ମଧ୍ୟ ଅଭିଯୋଗ କରା ଯାଇଛି କିନ୍ତୁ ଫଳ ଶୂନ କାରଣ ଏହି ଦୁର୍ନୀତି ରେ ସମସ୍ତେ ଭାଗିଦାରୀ l ରାଇଘର ବ୍ଲକର ୨୬ ଗୋଟି ପଞ୍ଚାୟେତ ରେ ଭିଭିନ୍ନ ସରକାରୀ ଅନୁଦାନ କାର୍ଯ୍ୟ ଶ୍ରମିକ ନ ଥାଇ ଜେସିବି ଦ୍ୱାରା ବିନା ଫଳକ ରେ ମାଷ୍ଟର ରୁଲରେ ଶ୍ରମିକ ଦେଖାଇ ସରକାରୀ ଅନୁଦାନ କୁ ଦିବା ଆଲୋକ ରେ ଲୁଟୁଛନ୍ତି ସୂଚନା ଥାଉକି ଏହି ବ୍ଲକ ଅନ୍ତର୍ଗତ ,ତୁରୁଡ଼ିହି ଶିବ ମନ୍ଦିର ପୋଖରୀ,ହାଟପଦା ବଡ଼ ପୋଖରୀ ତୁରୁଡ଼ିହି, ଗୋନା ପଞ୍ଚାୟେତର ଭାରଷଣ୍ଡି ହାଇସ୍କୁଲ ପଡ଼ିଆ ଓ ହାଇସ୍କୁଲ ପଛପଟ ରାସ୍ତା କାମ,କୁଡ଼ାବେଡ଼ା ପଞ୍ଚୟେତର ସୋନପୁର ଡି,ଏନ,କେ ଗାଁର ପୋଖରୀ କାମ, ରେ ମୋହା ଦୁର୍ନୀତି ର ଗନ୍ଧ ବାରି ହେଉଛି ତେଣୁ ଜିଲ୍ଲା ପ୍ରଶାସନ ରାଇଘର ବ୍ଲକ ଅଧୀନରେ ଥିବା ଉର୍ନ୍ନୟନ ମୂଳକ କାମ ସବୁକୁ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସି ପାରିବ ବୋଲି ବୁଦ୍ଧି ଜୀବି ଦାବୀ କରୁ ଛନ୍ତି କାରଣ ଏହି ସରକାରୀ ବାବୁ ମାନେ ତେଲିଆ ମୁଣ୍ଡରେ ତେଲ ଢାଳି ଏଠାକାର ମୂଳ ବାସିନ୍ଦା କୁ ଏକ ପ୍ରକାର ବାଧ୍ୟ କରୁଛନ୍ତି ଦାଦନ ଖଟିବାକୁ l ତେଣୁ ଏହାଠାରୁ ଅପରାଧ ଆଉ କଣ ହୋଇପାରେ, ଏହି ସରକାରୀ ବାବୁ ମାନଙ୍କ ବିରୋଧ ରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ..! ଲୋକ ମାନେ କାମ ଧନ୍ଧା ନପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ବିଭିନ୍ନ ସମୟରେ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଏଣୁ ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି

Leave A Reply

Your email address will not be published.