ବିଜୁଳି ଓ ଘଡ଼ଘଡ଼ି ସହ ରାଜଧାନୀରେ ପ୍ରବଳ ବର୍ଷା

add-all

ଭୁବନେଶ୍ୱର: ମୌସୁମୀର ଆଗମନ ପରେ ପ୍ରବଳ ବର୍ଷା। ରାଜଧାନୀରେ ସକାଳୁ ପାଗ ଖରାଟିଆ ଥିଲା। ମଧ୍ୟାହ୍ନରେ ଆକାଶ ମେଘାଚ୍ଛନ ହେବା ସହ ମାଡ଼ି ଆସିଥିଲା ବର୍ଷା। ପ୍ରବଳ ବର୍ଷାରେ ହଠାତ ରାଜଧାନୀରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ମୌସୁମୀର ଆଗମନ ପରେ ଗତ ଦୁଇ ତିନି ଦିନ ଧରି ସଂଧ୍ୟାରେ ସାମାନ୍ୟ ବର୍ଷା ହେଉଥିଲା। ଆଜି କିନ୍ତୁ ମଧ୍ୟାହ୍ନରୁ ପ୍ରବଳ ବର୍ଷା ଲାଗି ରହିଛି। ପୂର୍ବ ଝାଡ଼ଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶାର ବାୟୁମଣ୍ଡଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.