ଗୋରେଖନାଥଙ୍କ ହୁଣ୍ଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା

add-all

ଜଗତସିଂହପୁର: ଗୋରେଖନାଥଙ୍କ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କେରେକେରାର ଶୈବପୀଠ ଗୋରେଖନାଥଙ୍କ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତମାନେ ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌ କରୁଥିବାର ଦୃଶ୍ୟ କଏଦ ହୋଇଛି।

ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ଗୋରେଖନାଥଙ୍କ ହୁଣ୍ଡିକୁ ଭାଙ୍ଗିଥିଲେ। ପରେ ହୁଣ୍ଡିରେ ଥିବା ଟଙ୍କାକୁ ଏକ ଅଖାରେ ପୁରାଇ ନେଇ ଯାଇଥିଲେ। ୬ ମାସ ତଳେ ଗୋରେଖନାଥଙ୍କ ହୁଣ୍ଡିରୁ ଟଙ୍କା ଗଣାଯାଇଥିଲା। ତା’ ପରଠାରୁ ହୁଣ୍ଡି ଭଙ୍ଗା ଯାଇନଥିଲା। ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଘଟଣାସ୍ଥଳରେ ତିର୍ତ୍ତୋଲ ପୁଲିସ ପହଞ୍ଚି ତଦନ୍ତ କରୁଛି। ତେବେ ମନ୍ଦିର ପରିସରରେ ପୁଲିସ ଫାଣ୍ଡି ଥାଇ କିଭଳି ଦୁର୍ବୃତ୍ତମାନେ ଗୋରେଖନାଥଙ୍କ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.