ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ମନ୍ଦିର ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ

add-all

ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ମଙ୍ଗଳବାର ଦିନ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବା ପରେ ଆଜି ସକାଳୁ ସକାଳୁ ରାଇରଙ୍ଗପୁର ବିଭିନ୍ନ ମନ୍ଦିର ଯାଇ ସେ ପୂଜାର୍ଚ୍ଚନା କରିଛନ୍ତି।

ବୁଧବାର ସକାଳୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରଥମେ ରାଇରଙ୍ଗପୁରର ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ଶିବ ମନ୍ଦିର ଯାଇ ମହାଦେବଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସରରେ ଝାଡ଼ୁ ମାରିଥିବାର ଦେଖିବାକୁ ମିଳିଛି।

୧୯୯୭ ମସିହାରେ ରାଇରଙ୍ଗପୁରର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ଵ ତୁଲାଇଛନ୍ତି। ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ସେ ଗୌରବ ହାସଲ କରିଛନ୍ତି। ଯଦି ସେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ସେ ଓଡ଼ିଶାରୁ ପ୍ରଥମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ପ୍ରାପ୍ତ କରିବେ।

ad-week
Leave A Reply

Your email address will not be published.