ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା, ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

add-all

ଦାରିଙ୍ଗବାଡ଼ି (୨୨/୬) : କଂଗ୍ରେସ ସାଧାରଣ ସମ୍ପାଦକ ରାହୁଲ ଗାନ୍ଧି ଙ୍କୁ ପ୍ରବର୍ତ୍ତନା ନିର୍ଦେଶାଳୟର ଜେରା କରିବା ପ୍ରତିବାଦରେ ବୁଧବାର ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଲିକଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାହୁଲ ଗାନ୍ଧୀଙ୍କୁ ଉଦ୍ଧେଶ୍ୟ ମୂଳକ ଭାବେ ଜେରା କରାଯିବା, ଏଆଇସିସି କାର୍ଯ୍ୟାଳୟରେ ପଶି ପୋଲିସ ଆତଙ୍କରାଜ୍ ସୃଷ୍ଟି କରିବା ପ୍ରତିବାଦରେ କଂଗ୍ରେସ ନେତା ଓ ନେତ୍ରୀମାନେ ବିଷୋଦଗାର କରିଛନ୍ତି। ଶତାଧିକ ଦଳୀୟ କର୍ମୀ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ଏକ ଶୋଭାଯାତ୍ରାରେ ବସଷ୍ଟାଣ୍ଡ ଠାରୁ ବାହାରି ଚାରିଛକ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏଥିରେ ବ୍ଲକ ସଭାପତି ପ୍ରଦୀପ ନାୟକଙ୍କ ସମେତ ନାରୀ ନେତ୍ରୀ ବିଳାସିନି ନାୟକ ,ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ସିମଲାରାଣୀ ପଡ୍ରା, ବିକ୍ରମ ପ୍ରଧାନ, ଚକ୍ରଧର ମଲ୍ଲିକ, ପ୍ରକାଶ ପ୍ରଧାନ,ବିଦ୍ୟାଧର ମଲ୍ଲିକ, ପୂର୍ବତନ ଅଧ୍ୟକ୍ଷ ଜୁନସ ପ୍ରଧାନ, ପ୍ରଦୀପ ମଲ୍ଲିକ, ତିଆଡ଼ି ନାୟକ, ନାଗେଶ୍ୱର ପ୍ରଧାନ ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.