ଆତ୍ମହତ୍ୟା କରିଛନ୍ତି ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା: ଡିସିପି

add-all

ଭୁବନେଶ୍ବର: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ଖୁଲାସା ହୋଇଛି। ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଛି। ଏହି ସୂଚନା ଦେଇଛନ୍ତି ଡିସିପି। ଟେଲି ଅଭିନେତ୍ରୀ ରଶ୍ମିରେଖା ଡିପ୍ରେସନ କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଡିସିପି କହିଛନ୍ତି, ରଶ୍ମିରେଖା ଓଝାଙ୍କ ମୋବାଇଲକୁ ଅନ ଲକ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି। ସ୍ୱାମୀର ପରିଚୟ ଦେଇ ରହୁଥିବା ସନ୍ତୋଷ ପାତ୍ର ଓ ଅନ୍ୟ ସାଙ୍ଗମାନଙ୍କୁ ଏହାର କାରଣ ଜାଣିବା ପାଇଁ ଥାନାକୁ ଡକାଯାଇଛି। ଏହାଛଡ଼ା ରାଜା ଏବଂ ଅନ୍ୟ ସାଙ୍ଗମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

ad-week
Leave A Reply

Your email address will not be published.