କ୍ରସରରୁ ଚୋରି ମାମଲା: ଅଟୋ ସହ ଚୋରି ସାମଗ୍ରୀ ଜବତ, ୭ ଗିରଫ

add-all

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡା ନିକଟରେ ରହିଥିବା ଏକ କ୍ରସରରୁ ବିଭିନ୍ନ ଲୌହ ସାମଗ୍ରୀ ଚୋରି ହୋଇଥିବା ନେଇ କ୍ରସର ମାଲିକ ପ୍ରଶାନ୍ତ ମଲ୍ଲିକ କିଛି ଦିନ ତଳେ ମୋହନା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ୧୯ତାରିଖରେ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ଗୁରୁବାର ଘଟଣାରେ ସଂପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଚୋରି ହୋଇଥିବା ସାମଗ୍ରୀ ମଧ୍ୟରୁ ଦୁଇଟି ବ୍ୟାଟେରୀ, ୧୧ଟି ଲୁହା ପ୍ଲେଟ ସହ ଚୋରି ସାମଗ୍ରୀ ପରିବହନରେ ବ୍ୟବହୃତ ହୋଇଥିବା ଏକ ଅଟୋକୁ ମଧ୍ୟ ଜବତ କରିଛି । ଚୋରୀ ଘଟଣାରେ ସଂପୃକ୍ତ ୨ କବାଡି ମାଲିକ ହେଲେ ଅଡବା ଥାନା ଅଞ୍ଚଳର ନିରଞ୍ଜନ ବେହେରା ଓ ମୋହନା ଗ୍ରାମର ନାରାୟଣ ଦାଶ। ଏମାନଙ୍କ ବ୍ୟତୀତ ଆଉ ୫ ଜଣଙ୍କୁ ଗିରଫ କରିଛି ମୋହନା ପୁଲିସ । ଗିରଫ ଅନ୍ୟ ୫ ଜଣ ଅଭିଯୁକ୍ତମାନେ ହେଲେ ମୋହନା ଥାନା ପି. ବନ୍ଧାଗୁଡା ଗାଁର ଅଜିତ ନାୟକ, ସେବାସ୍ତିଆନ ନାୟକ, ସୁନିଲ ନାୟକ, ସାଇମନ ନାୟକ, ଅଭିନାସ ନାୟକ । ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି , ଗତ ୧୯ ତାରିଖରେ ବନ୍ଧାଗୁଡା ନିକଟରେ ଥିବା ସାନଖଣି ଗାଁର ପ୍ରଶାନ୍ତ ମଲ୍ଲିକଙ୍କ କ୍ରସର(ପଥର କୁଆଁରୀ)ରୁ ୧୧ ଗୋଟି କ୍ରସର ପ୍ଲେଟ, ୨ଟି ବ୍ୟାଟେରୀ ଚୋରି ଅଭିଯୋଗ ହୋଇଥିଲା। ଦିନକୁ ଦିନ ମୋହନା ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ତେଣୁ ପୁଲିସ ପାଟ୍ରୋଲିଂକୁ କଡାକଡି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.