ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ନେଇ ୩୪ ଲକ୍ଷ ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଯୁବକ ଗିରଫ

add-all

ଭଦ୍ରକ/ଜୟପୁର: ଶିକ୍ଷକଙ୍କୁ ନିଜ ଜିଲ୍ଲାକୁ ବଦଳି କରିବା ନେଇ ଶିକ୍ଷକଙ୍କ ନିକଟରୁ ୩୪ ଲକ୍ଷ ଟଙ୍କା ଠକେଇ। ପୁଲିସ ଅଭିଯୁକ୍ତ ସଂଗ୍ରାମ କେଶରୀ ବାରିକକୁ କୋରାପୁଟ ଜିଲ୍ଲା ଜୟପୁରରୁ ଗିରଫ କରିଥିବା ବେଳେ ତାଠାରୁ ଏକ ସ୍କୋଡା କାର, ନଗଦ ୪୦,୦୦୦ ଟଙ୍କା, ୧୩୪ ଗ୍ରାମ ସୁନା ଶହ ଏକ ମୋବାଇଲି ଫୋନ, ବ୍ୟାଙ୍କ ପାସ୍‌ବୁକ ଜବତ କରିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।

ସାବରଙ୍ଗ ଥାନାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଏସଡିପିଓ କହିଛନ୍ତି ଯେ, ସୌଭାଗ୍ୟ ରଞ୍ଜନ ମହାପତ୍ର ନାମକ ଯୁବକ ଯିଏକି ବରଗଡ଼ରେ ଶିକ୍ଷକ ନିଯୁକ୍ତି ପାଇଥିଲେ। ସୌଭାଗ୍ୟ ରଞ୍ଜନ ମହାପାତ୍ରଙ୍କ ବାପା ରତ୍ନାକର ମହାପାତ୍ର ଦେଶ ସେବାରେ ନିୟୋଜିତ ସମୟରେ ସହିଦ ହୋଇଯାଇଥିଲେ। ସହିଦ ପରେ ସରକାରଙ୍କ ତରଫରୁ ପରିବାର ବର୍ଗଙ୍କୁ ଲକ୍ଷଧିକ ଟଙ୍କା ମିଳିଥିଲା। ଏହାର ସୁଯୋଗ ନେଇ କୋରାପୁଟ ଜୟପୁର ଅଂଚଳର ସଂଗ୍ରାମ କେଶରୀ ବାରିକ ନାମକ ଯୁବକ ଫେକ କରି ଶିକ୍ଷକଙ୍କ ମା’ଙ୍କୁ ନିଜ ପୁଅର ବଦଳି ପାଇଁ ୩୪ ଲକ୍ଷ ଟଙ୍କା ମାଗିଥିଲେ। ପୁଅ ସୌଭାଗ୍ୟ ବିଶ୍ୱାସ କରି ବଦଳି ପାଇ ଦେଇଥିଲେ ଲକ୍ଷାଧିକ ଟଙ୍କା। ଅଭିଯୁକ୍ତ ସଂଗ୍ରାମ ଏଭଳି କହି ୩୪ ଲକ୍ଷ ଟଙ୍କା ନେଲା ପରେ ଶିକ୍ଷକଙ୍କ ବଦଳି ନ ହେବାରୁ ଅଭିଯୁକ୍ତ ସଂଗ୍ରାମଙ୍କୁ ବଦଳି ପାଇ ମା’-ପୁଅ ଫୋନ କରିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିବାକୁ ଧମକ ଦେବାରୁ ମା’ ଓ ପୁଅ ସାବରଙ୍ଗ ଥାନାରେ ଏତଲା ଦେଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରି ଆଭିଯୁକ୍ତକୁ ଗିରଫ କରିଛି। ପୁଲିସ ଅଭିଯୁକ୍ତ ଠାରୁ ସ୍କୋଡା କାର, ନଗଦ ୪୦,୦୦୦ ଟଙ୍କା, ୧୩୪ ଗ୍ରାମ ସୁନା ଶହ ଏକ ମୋବାଇଲି ଫୋନ, ବ୍ୟାଙ୍କ ପାସ୍‌ବୁକ ଜବତ କରିଛି। ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ad-week
Leave A Reply

Your email address will not be published.