ଖଲ୍ଲିକୋଟରେ ଇଣ୍ଡିଆନ ବ୍ୟାଙ୍କ ଋଣ ମେଳା

add-all

ଖଲ୍ଲିକୋଟ (୨୪/୦୬) : ଇଣ୍ଡିଆନ ବ୍ୟାଙ୍କ ମଣ୍ଡଳ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ମହିଳା ଗୋଷ୍ଠି ଋଣ ମେଳା କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବ୍ଲକର ଖଲ୍ଲିକୋଟ , ପଥରା ଓ କଞ୍ଚଣା ଇଣ୍ଡିଆନ ବ୍ୟାଙ୍କ ଶାଖା ମାନଙ୍କରୁ ୧୬୩ ଗୋଟି ମହିଳା ଗୋଷ୍ଠି ଙ୍କୁ ୩ କୋଟି ୪୪ ଲକ୍ଷ ଟଙ୍କା ର ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି l ଖଲ୍ଲିକୋଟ ଇଣ୍ଡିଆନ ବ୍ୟାଙ୍କ ଶାଖା ପରିଚାଳକ ଅବିନାଶ ପ୍ରଧାନଙ୍କ ଅଧକ୍ଷତା ରେ ଆୟୋଜିତ ମେଳାରେ ଭୁବନେଶ୍ୱର ସ୍ତିତ କେନ୍ଦ୍ର ମହାପ୍ରଭନ୍ଧକ ମନୋଜ କୁମାର ଦାସ ଯୋଗ ଦେଇ ଭାରତ ସରକାରଙ୍କ ଜନଧନ ଯୋଜନା ,ମୁଦ୍ରା ,ସୁରକ୍ଷା ଓ ଅଟଳ ପେନ୍ସନ ଯୋଜନା ର ଫାଇଦା ନେବା ପାଇଁ ପରାମର୍ଶ ଦେଇଥିଲେ l ବ୍ରମହପୁର ଆଂଚଳିକ ପ୍ରବନ୍ଧକ ଉଛବ ଚନ୍ଦ୍ର ପାତ୍ର ଯୋଗଦେଇ ୧୯୯୨ ମସିହା ରେ ଇଲା bhat ଗରିବ ମହିଳା ମାନଙ୍କୁ ନେଇ ଆରମ୍ଭ କରିଥିବା ବେଳେ ୧୯୮୩ ମସିହା ରେ ମିଶନ ଶକ୍ତି ଗଠନ ହୋଇ ବର୍ତମାନ ୭୦ ହଜାର ମହିଳା ଗୋଷ୍ଠି ହୋଇ ମହିଳା ସଶକ୍ତ ହେବା ସହ ଏକ ମହାଦ୍ରୁମ ରେ ପରିଣତ ହେଲାଣି l

ତେଣୁ ମହିଳା ଗୋଷ୍ଠି ସଂଚୟ ଓ ଠିକ ସମୟ ରେ ଋଣ ପୈଠ ସାଙ୍ଗକୁ ଉତ୍ତମ ବଜାର ସୃଷ୍ଟି ଭଳି ପଞ୍ଚ ଶୃତି ମନ୍ତ୍ର ପାଳନ ପାଇଁ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆଂଚଳିକ ପ୍ରବନ୍ଧକ ହୃଦାନନ୍ଦ ଦାଶ ,ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ ନନ୍ଦ ,ଖଲ୍ଲିକୋଟ ବ୍ଲକ କଲ୍ୟାଣ ଅଧିକାରୀ ବିରଂଚି ନାରାୟଣ ଜେନା ସମେତ କଞ୍ଚଣା ବ୍ୟାଙ୍କ ଶାଖା ପରିଚାଳକ ପ୍ରଦୀପ କୁମାର ବେହେରା ପଥରା ଶାଖା ପରିଚାଳକ ଶିବରଞ୍ଜନୀ ଜେନା ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ବେଳେ ପଥରା ସି ଏଲ ଏଫ କାଦମ୍ବିନୀ ସାଧବ ସମେତ ବିଭିନ୍ନ ମହିଳା ଗୋଷ୍ଠି ର ସଦସ୍ୟ ମାନେ ସଫଳତା ସୂଚନା ଦେଇଥିଲେ l

ad-week
Leave A Reply

Your email address will not be published.