ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ସୋନିଆଙ୍କୁ ଚିଠି ଲେଖିବି : ସୁର ରାଉତରାୟ

add-all

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଓଡ଼ିଶା କଂଗ୍ରେସ ଦ୍ରୌପଦୀଙ୍କୁ ସମର୍ଥନ କରୁ ନ ଥିବା ବେଳେ ଦଳର ହାଇକମାଣ୍ଡ ଯାହା ନିଷ୍ପତି ନେବେ ସେ ତାହାକୁ ଗ୍ରହଣ କରିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ। ତେବେ ପୂର୍ବରୁ ବରିଷ୍ଠ ନେତା ନରସିଂହ ମିଶ୍ର ନିଜର ପ୍ରତିକ୍ରିୟା ଦେଇ ଓଡ଼ିଶା କଂଗ୍ରେସ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ବୋଲି ପ୍ରକାଶ କରିିଥିଲେ।

ମାତ୍ର ବର୍ତ୍ତମାନ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଏକ ବୟାନ କିଛି ଭିନ୍ନ କଥା କହୁଛି। ଯାହାକୁ ନେଇ କଂଗ୍ରେସରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ସୁର କହିଛନ୍ତି, ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ନେଇ ସେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ। ଦ୍ରୌପଦୀ ମୁର୍ମୁଙ୍କୁ ନିଦର୍‌ବନ୍ଦରେ ନିର୍ବାଚିତ କରିବା ଦିଗରେ ନିଷ୍ପତ୍ତି ନେବାକୁ ସୋନିଆଙ୍କୁ ପ୍ରସ୍ତାବ ଦେବେ ବୋଲି ସୁର କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଭାରତ ବର୍ଷ ଜଣେ ଭଲ ମହିଳାଙ୍କୁ ପାଇବ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସୁନିଶ୍ଚିତ । ଜଣେ ଓଡ଼ିଆ ହିସାବରେ ମୁଁ ବହୁତ ଖୁସି । କିନ୍ତୁ ହାଇକମାଣ୍ଡ ଯାହା ନିର୍ଦ୍ଦେଶ ଦେବେ ଆମେ ତାକୁ ପାଳନ କରିବୁ ।

ad-week
Leave A Reply

Your email address will not be published.