ନକ୍ସଲ ଆକ୍ରମଣ ଯୋଜନା ପଣ୍ଡ, ପାଞ୍ଚଟି ଆଇଇଡି ଜବତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲାର ଚିନ୍ତଲନାର ଥାନା ଅନ୍ତର୍ଗତ ଫୁଲମପାଡ଼ ଗ୍ରାମ ଅଞ୍ଚଳରେ ନକ୍ସଲ ଦ୍ୱାରା ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ଏବଂ କୌଣସି ଏକ ବଡ଼ ଘଟଣା ଘଟଇବା ପାଇଁ ପାଞ୍ଚଟି ଆଇଇଡି ନକ୍ସଲ ଖଞ୍ଜିଥିଲେ କିନ୍ତୁ ନକ୍ସଲଙ୍କ ଏହି ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାବଳ l ସୂଚନା ଅନୁଯାଇ ଶନିବାରଦିନ 201କୋବ୍ରା ବାହିନୀ ଓ ଡିଆରଜି ଯବାନ ଚିନ୍ତଲନାର ଥାନା ଅନ୍ତର୍ଗତ ଫୁଲମପାଡ଼ ଅଞ୍ଚଳରେ ସର୍ଚିଙ୍ଗ ଅପେରସନ କରିବା ସମୟରେ ପାଞ୍ଚଟି ଆଇଇଡି ର ସନ୍ଧାନ ପାଇଥିଲେ ଏହି ପାଞ୍ଚଟି ଆଇଇଡିକୁ ସାବଧାନ ସହ ବୋମା ନିଷ୍କ୍ରିୟ ଟିମ ଉଦ୍ଧାର କରି ଘଟଣାସ୍ଥଳରେ ହିଁ ନିଷ୍କ୍ରିୟ କରିଦେଇଥିଲେ l ଏହା ସହ ଯବାନମାନେ ଘଟଣାସ୍ଥଳରୁ ମୋଟରଲା ୱାକିଟକି ସେଟ, ଇଲେକ୍ଟ୍ରିକ ଡିଟୋନେଟର, କେମରାଫ୍ଲାସ,12ଭଲ୍ଟ ବ୍ୟାଟେରୀ, ଇଲେକ୍ଟ୍ରିକ ୱାଏର, ଏବଂ କିଛି ଦୈନିକ ମାଓବାଦୀ ବ୍ୟବହାର ସାମଗ୍ରୀ ଜବତ କରିଥିଲେ l

ad-week
Leave A Reply

Your email address will not be published.