ତିନି ଟ୍ରାକ୍ଟରରୁ ବ୍ୟାଟେରୀ ଓ ତେଲ ଚୋରି, ଥାନାରେ ଏତଲା

add-all

ପାତ୍ରପୁର : ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଳକ କୋଳିହଳା ଗ୍ରାମରେ ଶୁକ୍ରବାର ମଧ୍ୟ ରାତିରେ ତିନି ଗୋଟି ଟ୍ରାକ୍ଟର ଗାଡ଼ି ରୁ ବ୍ୟାଟେରୀ ଓ ତେଲ ଚୋରି ହୋଇଥିବା ନେଇ ଜରଡା ଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଗ୍ରାମର ଚକ୍ରପାଣି ସାହୁ ଓ ଶିବ ଶଙ୍କର ସାହୁ ଙ୍କ ତିନୋଟି ଟ୍ରାକ୍ଟର ଗାଡ଼ି ତାଙ୍କ ଘର ସାମନାରେ ରଖିଥିବା ବେଳେ କେହି ଦୁର୍ବୁତ୍ତ ଚୋରି କରି ନେଇଛନ୍ତି। ଗତ କିଛି ଦିନ ହେଲା ଅଞ୍ଚଳରେ ଚୋରି ରାହାଜାନୀ ବଢି ଚାଲିଥିବା ବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଗତ ଚାରିଦିନ ପୁର୍ବେ ପଡୋଶୀ ବୀର ସିଂହ ଲକ୍ଷ୍ମୀ ନାରାୟଣ ପୁର ଗ୍ରାମର ବିଘ୍ନରାଜ ପାଣିଗ୍ରାହୀଙ୍କ ଘରୁ ସୁନା ଅଳଙ୍କାର ଓ ଦଶ ହଜାର ଟଙ୍କା ଦୁର୍ବୁତ ମାନେ ଚୋରି କରି ନେଇଥିବା ବେଳେ ଥାନା ରେ ଏତଲା ହୋଇଥିଲା। ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବାକୁ ବୃଦ୍ଧୀଜିବି ମାନେ ମତପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.