ପ୍ରଧାନଶିକ୍ଷକ ସମ୍ମିଳନୀରେ ଯୋଗ ଦେଲେ ଗଣଶିକ୍ଷା ମନ୍ତ୍ରୀ

add-all

ଭଦ୍ରକ: ଭଦ୍ରକ ସହିଦ ସ୍ମୃତି ଭବନରେ ଜିଲ୍ଲାର ଥିବା ଉଚ୍ଚ ବିଦ୍ୟାଳୟମାନଙ୍କର ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଛି।ଏଥିରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ , ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ସହିତ ରାଜ୍ୟ ଶିକ୍ଷା ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ଆରମ୍ଭରେ ଜିଲ୍ଲା ଶିକ୍ଷାଧିକାରୀ ଏହି ସମ୍ମିଳନୀ ଆୟୋଜନର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ସୂଚନା ଦେଇଥିଲେ। ତେବେ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ସହ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢ଼ାଇବା ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ପାଠ୍ୟଖସଡ଼ା ଠିକ୍‌ ସମୟରେ ଶେଷ କରିବା ଉପରେ ଏହି ସମ୍ମିଳନୀରେ ବିଶେଷ ଭାବେ ଆଲୋଚନା ହୋଇଥିଲା। ତେବେ ଭଦ୍ରକ ଜିଲ୍ଲାରେ ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀ ପୂରଣ ଦିଗରେ ସରକାର ପଦନ୍ନୋତି ପକ୍ରିୟାକୁ ଆଗେଇ ନେଇଛନ୍ତି ଖୁବ ଶୀଘ୍ରତାର ସମାଧାନ ହୋଇଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.