ସାନଭାଇର କଟୁରୀ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ

add-all

ମୟୂରଭଞ୍ଜ: ପୁଣି କଳଙ୍କିତ ହେଲା ଭାଇ ଭାଇର ସଂପର୍କ । ସଂପର୍କରେ ଲାଗିଲା ରକ୍ତର ଛିଟା । ସାନଭାଇର କଟୁରୀ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ । ପାରିବାରିକ କଳହକୁ ନେଇ ସାନଭାଇ ନିଜ ବଡ଼ଭାଇକୁ କାଟୁରୀରେ ହାଣି ହତ୍ୟା କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୟୂରଭଞ୍ଜ ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ।

ପାରିବାରିକ କଳହକୁ କେନ୍ଦ୍ର କରି ଛୋଟ ଭାଇ ମାଛକଟା କଟୁରିରେ ୪୫ବର୍ଷୀୟ ନିଜ ବଡଭାଇକୁ ହତ୍ୟାକରିଛି । ମୃତକ ହେଉଛନ୍ତି ମେଘରାୟ ସୋରେନ୍ ।

ମିଳିଥିବା ସୂଚନା ଅନୂଯାୟୀ, ବଡ଼ଭାଇ ପ୍ରତିଦିନ ନିଶା ଶକ୍ତ ଅବସ୍ଥାରେ ଘରକୁ ଆସି ପ୍ରତିଦିନ ପରିବାରର ସଦସ୍ୟଙ୍କୁ ଗାଳି ଗୁଲଜ କରୁଥିଲେ। ଗତକାଲି ରାତିରେ ମଧ୍ୟ ବଡ଼ଭାଇ ନିଶା ଶକ୍ତ ଅବସ୍ଥାରେ ଆସି ଘରେ ଶୋଇଥିବା ସାନ ଭାଇ ସହ ଗଣ୍ଡୋଗୋଳ କରିଥିଲା । ଆଉ ସାନଭାଇ କ୍ରୋଧରେ ଏକ ମାଛ କଟା କଟୁରୀରେ ବଡ଼ଭାଇକୁ ହତ୍ୟା କରିଥିଲା ।

ତେବେ ହତ୍ୟାକାରୀ ସାନଭାଇ ଲକ୍ଷ୍ମଣ ସୋରେନକୁ ଘଟଣା ସ୍ଥଳରୁ ଗିରଫ କରିଛି ବାରିପଦା ସଦର ପୋଲିସ। ପୋଲିସ ଓ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ad-week
Leave A Reply

Your email address will not be published.