ନିଶାକୁ ଆମେ ଖାଇବା, ପରେ ନିଶା ଆମକୁ ଖାଇବ

add-all

ଛତ୍ରପୁର (୨୬/୧୦) : ନିଶା ସେବନ ଅଭ୍ୟାସ ସ୍ୱାସ୍ଥ୍ୟର କ୍ଷତି କରେ, ପାରିବାରିକ ବିଶୃଙ୍ଖଳା ସୃଷ୍ଟି କରେ, ଦୁର୍ଘଟଣା ବୃଦ୍ଧି ଘଟାଏ, ଏଡ୍ସ ରୋଗରେ ପୀଡିତ କରାଏ ଏବଂ ପରିଶେଷରେ ମୃତ୍ୟୁ ମୁଖରେ ପକାଏ । ରବିବାର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ” ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଚୋରା ଚାଲାଣ ଓ ସେବନ ନିଷେଧ ଦିବସ” ପାଳିତ ହୋଇଯାଇଛି ।

ଦିବସଟିକୁ ପାଳନ ରେ ସୀମିତ ନରଖି ଏହାର କାର୍ଯ୍ୟକାରିତା ଦିଗପ୍ରତି ଅଧିକ ଯତ୍ନଶୀଳହେବା ଜରୁରୀ ବୋଲି ଉପସ୍ଥିତ ବକ୍ତାଗଣ ନିଜ ନିଜ ବକ୍ତ୍ୟବ୍ୟରେ ଜଣାଇଥିଲେ । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଣାଇ ଥିଲେ ଯେ ନିଶା ସେବନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ , ସଜାଗ ଓ ସଚେତନତା ଦ୍ୱାରା ହିଁ ମାନବ ସମାଜକୁ ନିଶା ସେବନରୁ ମୁକ୍ତ କରିହେବ । ଲୋକଙ୍କୁ ସଚେତନତା ଓ ନିଶା ସେବନରୁ ମୁକ୍ତ କରିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତେକ ସଂସ୍ଥାର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହୁଛି । ନିଜ ପରିବାରର ଅଭିଭାବକ ଗଣ ନିଜ ସନ୍ତାନର ଯୁବ ଅବସ୍ଥାରେ ତା ପ୍ରତି ନଜର ରଖିବା ଓ ସେମାନଙ୍କୁ ସଚେତନତା କରିବା ଆଜିର ଦିନରେ ମୁଖ୍ୟ ଆବଶ୍ୟକ। ସୁସ୍ଥ ସମାଜ ପାଇଁ ଯୁବପିଢିଙ୍କୁ ସତର୍କ କରାଇବା ଆଜିର ଦିନରେ ଆହାନ ବୋଲି ଜଣାଇଥିଲେ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଉଦ୍ୟମରେ ପାଳିତ ଏହି ଦିବସରେ ଅବକାରୀ ଆରକ୍ଷୀ ଅଧିକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ଅଧ୍ୟକ୍ଷତାରେ ଓ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦିବସରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଜଗଦୀଶ ରାଓ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଡାକ୍ତର ବିଭୂ କଲ୍ୟାଣ ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କଲ୍ୟାଣ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ନିଶା ନିବାରଣ କଣ, ଏଥିରୁ ନିବୃତ୍ତ ରହିବା ସକାଶେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ନିଶା ନିବାରଣ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିଥିବା ହେତୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ବିଶ୍ୱ କେଶନ ଛଟେଇଙ୍କୁ ସମ୍ମନିତ କରାଯାଇଥିଲା । ଆଲୋଚନାଟିରେ ପୋଲିସ ବିଭାଗୀୟ ,ଅବକାରୀ ବିଭାଗୀୟ, କର୍ମଚାରୀ ଓ ଅଧିକାରୀ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିଗଣ ଉପସ୍ଥିତ ଥିଲେ ।
ପୂର୍ବାହ୍ନ ସମୟରେ ଏକ ସଚେତନତା ଶୋଭା ଯାତ୍ରା ଛତ୍ରପୁର ସହର ପରିକ୍ରମା କରାଯାଇଥିଲା ।

ad-week
Leave A Reply

Your email address will not be published.