ବ୍ରହ୍ମପୁର ପ୍ରାଇଭେଟ୍ ଗୋଦାମ ଲେବର୍ସ ୟୁନିୟନ୍‌ର ୨୪ତମ ବାର୍ଷିକ ଅଧିବେଶନ

add-all

ବ୍ରହ୍ମପୁର : ବ୍ରହ୍ମପୁର ପ୍ରାଇଭେଟ୍ ଗୋଦାମ୍ ଲେବର୍ସ ୟୁନିୟନ୍‌ର ୨୪ତମ ବାର୍ଷିକ ଅଧିବେଶନ୍ ରାଜା ସାହି ସ୍ଥିତ ଶ୍ରୀ ଭାଗବତ ସ୍ୱାମୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ଆଇନଜୀବୀ ତଥା ସଂଘର ସଭାପତି ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଶ୍ରମିକ ମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରମିକ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରିବା ଏବଂ ଶ୍ରମିକ କାର୍ଡ଼ ଯୋଗାଇଦେବା ପାଇଁ ଦାବୀ ହୋଇଥିଲା । ଏଥି ସହ କୁମ୍ଭାର ସାହି ଠାରେ ଥିବା ସଂଘ କାର୍ଯ୍ୟାଳୟକୁ ବିଧାୟକ ପାଣ୍ଠିରୁ ନିର୍ମାଣ କରିବା ପାଇଁ ଏହି ଅଧିବେଶନରେ ପ୍ରସ୍ତାବ ଗୃହିତ ହୋଇଥିବା ଜଣାପଡ଼ିଛି । ସଂପାଦକ ବିପିନ ଚନ୍ଦ୍ର ପାତ୍ର, ଉପସଭାପତି ଇଘ୍ନେସ୍ ପାତ୍ର ପ୍ରମୁଖ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂଘର ବହୁ ସଦସ୍ୟ ଅଧିବେଶନରେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.