
ଫୁଲବାଣୀ :- କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକର ହେଡକ୍ୱାଟର ହେବା ହେତୁ ସକାଳ ହେବl ମାତ୍ରକେ ଅନେକ ଲୋକ ବିଭିନ୍ନ କାମ ନେଇ ବଜାର କୁ ଆସିଥାନ୍ତି।କହିବାକୁ ଗଲେ ଟିକାବାଲି ବ୍ଲକର ଥିବା ବସଷ୍ଟାଣ୍ଡ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜନ ଗହଳିରେ ପରିପୂର୍ଣ୍ଣ।ଫୁଲବାଣୀ ଠାରୁ ବ୍ରହ୍ମପୁର ଯିବାବେଳେ ସମସ୍ତ ଗାଡି ୧୦ ମିନଟ ଅଟକି ଥାନ୍ତି ।କେହି କେହି ଏଠାରୁ ଆମ୍ବ ,ପଣସ,ମୁନିକା ଓ ପରିବା ବ୍ରହ୍ମପୁରକୁ ନେଇ ଯାଇଥାନ୍ତି।ଏଥି ସହିତ ଯାତ୍ରୀ ମାନେ ସେଠାରେ ଓହ୍ଲାଇ ଟିଫିନ କରନ୍ତି। କିନ୍ତୁ ଦୁଃଖର ବିଷୟ ବସଷ୍ଟାଣ୍ଡ ମଧ୍ୟରେ ଏକ ଖାଲ ଥିବା ଯୋଗୁଁ ଅଲ୍ପ ବର୍ଷାରେ ବସଷ୍ଟାଣ୍ଡରେ କୁତ୍ରିମ ବନ୍ଧ ସୃଷ୍ଟି ହେଉଛି ।ଏହି ଖାଲର ପାଣି ଏତେ ଦୂର୍ଗନ୍ଧ ହେଉଛି ଯେ ଆଖ ପାଖରେ ଠିଆ ହେବା କଷ୍ଟକର ହେଉଛି। ଅନ୍ୟ ପଟରେ ଟିକାବାଲିର ମୁଖ୍ୟରାସ୍ତା ସହ ସଂଯୁକ୍ତ ହୋଇଥିବା ବସଷ୍ଟାଣ୍ଡ ରାସ୍ତା ଖରାପ ହେତୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାର ନଜର ରହିଛି । ବସଷ୍ଟାଣ୍ଡର ଚତୁର୍ପାର୍ଶ୍ୱ ପ୍ରାୟ ଅଧିକାଂଶ ସ୍ଥାନରେ ବଡ଼ବଡ଼ ଖାଲ ଥିବା ହେତୁ ସର୍ବଦା ପାଣି ଜମି ଦୁର୍ଗନ୍ଧ ହେଉଛି l ସେହି ସ୍ଥାନରେ ଯାନ ବାହାନ ଓ ଲୋକଙ୍କର ଯାତାୟାତ ବହୁତ ଅସୁବିଧା ହେଉଛି l ପୁଣି ସେହି ଗଡ଼ାଣିଆ ଖାଲ ନିକଟରେ ଥିବା ଡ୍ରେନରେ ଅଳିଆବର୍ଜନା ପୂର୍ଣ୍ଣ ହୋଇ ରହିଥିବା ହେତୁ ପାଣି ଯାଇ ନ ପାରି ଦୁର୍ଗନ୍ଧ ସୃଷ୍ଟି ହେଉଛି l ଏଣୁ ବ୍ଲକ ପ୍ରଶାସନ ତୁରନ୍ତ ହସ୍ତ କ୍ଷେପ କରି ଉକ୍ତ ସମସ୍ୟା ଦୂର କଲେ ଭବିଷ୍ୟତରେ ଘଟିବାକୁ ସମ୍ଭାବନା ଥିବା ମହାମାରୀ ଏବଂ ଦୁର୍ଘଟଣାକୁ ଏଡାଇ ଦେଇ ପାରନ୍ତା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।ବର୍ଷା ଋତୁ ପୂର୍ବରୁ ବିଭିନ୍ନ ମହଲରେ ଦାବୀ ହେଉଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ନିରବ ଦ୍ରଷ୍ଟା ପାଲଟିଛି।