ଅଗ୍ନିପଥ ଯୋଜନାକୁ ବିରୋଧ କରି ହିଞ୍ଜିଳି କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ…

add-all

ହିଞ୍ଜିଳିକାଟୁ : ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ସତ୍ୟାଗ୍ରହ କରୁଛି କଂଗ୍ରେସ । ସକାଳ ୧୦ଟାରୁ ୧ ଘଣ୍ଟା ପର୍ଯ୍ୟନ୍ତ ହିଞ୍ଜିଳିକାଟୁ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଆରମ୍ଭ ହୋଇଛି । କେନ୍ଦ୍ର ସରକାର ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ଫେରାଇ ନିଅନ୍ତୁ ବୋଲି କଂଗ୍ରେସ ଦାବି କରି ଏହି ସତ୍ୟାଗ୍ରହ କରିଛି । ‘ଅଗ୍ନିପଥ’କୁ ନେଇ ସାରା ଦେଶରେ ନିଆଁ ଜଳୁଛି । ସେନାରେ ଭର୍ତ୍ତି ନେଇ ମୋଦୀ ସରକାରଙ୍କ ଅଗ୍ନିପଥ

ଯୋଜନାକୁ ସାରା ସାରା ଦେଶରେ ବିରୋଧ ଜାରି ରହିଛି । ଓଡ଼ିଶାରେ ମଧ୍ୟ ବିରୋଧର ନିଆଁ ଦେଖିବାକୁ ମିଳିଛି । ଅଗ୍ନିପଥ ଯୋଜନାକୁ ହିଞ୍ଜିଳି ନିର୍ଵାଚନ ମଣ୍ଡଳି କଙ୍ଗ୍ରେସ କମିଟି ପକ୍ଷରୁ ବିରୋଧ କରାଯାଇଛି ।ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମସି କାର୍ଯ୍ୟାଳୟ ସମ୍ମୁଖରେ ବ୍ଳକ ଛକରେ ଏନ ହେଚ ରୋଡ କଡରେ ବିକ୍ଷୋଭ ପ୍ରଦର୍ଶନ ସହ ସତ୍ୟାଗ୍ରହ ଡାକରା ଦେଇଛି ହିଞ୍ଜିଳି କଂଗ୍ରେସ ।ହିଞ୍ଜିଳିକାଟୁ ନଗର କଂଗ୍ରେସ ସଭାପତି ସୁନାରାମ ସାବତ ଓ ଶେରଗଡ ବ୍ଲକ କଙ୍ଗ୍ରେସ ସଭାପତି କୁନାବିଷୋଈ ଙ୍କ ନେତୃତ୍ୱରେ ବ୍ଳକ ଛକ ଠାରେ ଶାନ୍ତି ପୂର୍ଣ ଭାବରେ ଵିକ୍ଷୋବ ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କମିଟିର ସମ୍ପାଦକ ଶମ୍ଭୁ ପାଣିଗ୍ରାହୀ ଯୋଗଦେଇ ଥିବା ବେଳେ ଏଥିରେ ବହୁ କଂଗ୍ରେସର ନେତା ଓ କର୍ମୀ ମାନେ ମଧ୍ୟ ସାମିଲ ହୋଇଛନ୍ତି ।ହିଞ୍ଜିଳିକାଟୁ ପୌରପରିଷଦ ଟିଙ୍ଗିରି ଗୌଡ, କିରଣ ଦାଶ,ହିଞ୍ଜିଳି ବ୍ଲକ କଂଗ୍ରେସ ସଭାପତି ଶିଵରାମ ପ୍ରଧାନ ଙ୍କ ସହ ଶତାଧିକ କଙ୍ଗ୍ରେସ କର୍ମୀ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.