ଆଠଗଡ ଅଞ୍ଚଳରେ ୩ଟି ହାତୀ ମୃତ୍ୟୁର ଏସଆଇଟି ତଦନ୍ତ ଆରମ୍ଭ

ଆଠଗଡ: ବଡମ୍ବା ରେଞ୍ଜର ଚନ୍ଦ୍ରଗିରି ଓ ଖାରୋଡ଼ ସଂରକ୍ଷିତ ଜଙ୍ଗଲରୁ ୩ଟି ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ଏସଆଇଟି। ମାସେ ଭିତରେ ଦାଖଲ ହେବ ରିପୋର୍ଟ । କେନ୍ଦ୍ର ସରକାରଙ୍କ ତାଗିଦ ପରେ ବନ ବିଭାଗ ଏବଂ SITର ତତ୍ପରତା ଦେଖିବାକୁ ମିଳିଛି ।

ବଡମ୍ବାରୁ ହାତୀ କଙ୍କାଳ ମିଳିବା ଓ ଗୁଳିମାଡ଼ ହୋଇଥିବା ହାତୀ ମୃତ୍ୟୁ ଘଟଣାର ତଦନ୍ତ ଲାଗି ସୋମବାର ସ୍ବତନ୍ତ୍ର ଇନଭେଷ୍ଟିଗେସନ ଟିମ୍‌ (ଏସ୍‌ଆଇଟି) ବଡମ୍ବା ଗ୍ରସ୍ତରେ ଆସିଛନ୍ତି। ଆଠଗଡ଼ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ଉଭୟ ଚନ୍ଦ୍ରଗିରି ଏବଂ ଖାରୋଡ଼ର ଖୋଲ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଅନୁଗୋଳ ସର୍କଲର ଚିଫ୍‌ କନ୍‌ଜରଭେଟର ଅଫ୍‌ ଫରେଷ୍ଟ (ସିସିଏଫ୍‌)ଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ରେ କଞ୍ଜରଭେଟର ଅଫ୍‌ ଫରେଷ୍ଟ (ଇଟି) ଓ କ୍ରାଇମ୍‌ବ୍ରାଞ୍ଚର ଜଣେ ଅଧିକାରୀ (ଡିଏସ୍‌ପି ର୍ୟାଙ୍କ) ସଦସ୍ୟ ରହିବେ। ତଦନ୍ତ ସମୟରେ ଯେଉଁ ଅଧିକାରୀଙ୍କ ସମ୍ପୃକ୍ତି ଆସିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟିମ୍ ସୂଚନା ଦେଇଥିବା ବେଳେ କ୍ୟାମେରା ସମ୍ମୁଖରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ad-week
Leave A Reply

Your email address will not be published.