ବଡ଼ମ୍ବାରୁ ପୁଣି ମିଳିଲା ହାତୀ କଙ୍କାଳ

add-all

ଆଠଗଡ, ୨୭।୬ ବଡ଼ମ୍ବାରେ ପୁଣି ମିଳିଲା ଆଉ ଏକ ହାତୀ କଙ୍କାଳ। ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଗୋପପୁର ରେଞ୍ଜର ମଣ୍ଡପ ସରଂକ୍ଷିତ ଜଙ୍ଗଲରୁ ଏକ ହାତୀର କଙ୍କାଳ ବନ ବିଭାଗ ଉଦ୍ଧାର କରିଛି । ହାତୀ କଙ୍କାଳ ମିଳିବା ପରେ ବନବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି।

ସୂଚନାଯୋଗ୍ୟ ଯେ ଆଠଗଡ ବନଖଣ୍ଡ ଅଧୀନସ୍ଥ ବଡମ୍ବା ରେଞ୍ଜରେ ଗତ ୨ ତାରିଖରେ ଖାରୋଡ ଏବଂ ୩ ତାରିଖରେ ଜେନାପୁର ଗ୍ରାମ ନିକଟରୁ ଲଗାତର ୨ ଦିନରେ ୨ଟି ହାତୀଙ୍କ ଗଳିତ ମୃତଦେହକୁ କ୍ରାଇମବ୍ରାଞ୍ଚ ଏସଟିଏଫ ମାଟି ତଳୁ ଖୋଳି ଉଦ୍ଧାର କରିଥିଲା।

ସେହିପରି ଏସଟିଏଫ ନରସିଂହପୁର ଓ୍ବେଷ୍ଟ ରେଞ୍ଜ ବାଲିକିଆାରୀ ସଂରକ୍ଷିତ ଜଙ୍ଗଲରୁ ଆଉ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରିଥିଲା। ଆଠଗଡ ନରସିଂହପୁର ଏକ ଗୁଳିବିନ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ଗତ କିଛି ଦିନ ତଳେ ଅନୁଗୁଳ ସାତକୋଶିଆ ବନଖଣ୍ଡ ଅଧୀନସ୍ଥ କଟକ ଜିଲା ଜିଲିଣ୍ଡା ରେଞ୍ଜ ସତ୍ୟଜୟଗୁର ପତ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର ହୋଇଛି। ଉକ୍ତ ହାତୀର ଦାନ୍ତ ମଧ୍ୟ କଟାଯାଇଥିଲା। ବର୍ତ୍ତମାନ ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ବୃଦ୍ଧିପାଇବାରେ ଲାଗିଛି।

ad-week
Leave A Reply

Your email address will not be published.