ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସମର୍ଥନ କରିବେ କି ?

add-all

ରାଞ୍ଚି: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସମର୍ଥନ କରିବେ କି ନାହିଁ ସେନେଇ ବିଚାର ବିମର୍ଶ ଜାରି ରଖିଛନ୍ତି। ଏ ସମ୍ପର୍କରେ ସେ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଶନିବାର ଏ ସମ୍ପର୍କରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ଏମପି ଏବଂ ଏମଏଲଏମାନଙ୍କର ଏକ ବୈଠକ ବସି ଆଲୋଚନା ହୋଇଥିଲା।
ସେପଟେ ଜେଏମଏମ ମୁଖପାତ୍ର ତଥା ଦଳର ସାଧାରଣ ସମ୍ପାଦକ ବିନୋଦ ପାଣ୍ଡେ କହିଛନ୍ତି ଯେ, ଅମିତ ଶାହଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଦିଲ୍ଲୀ ଗସ୍ତ କରିଛନ୍ତି। ରାଜ୍ୟର କିଛି ପ୍ରମୁଖ ପ୍ରସଙ୍ଗ ସହ ରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ସେ ଆଲୋଚନା କରିବେ ସେ ସୂଚନା ଦେଇଛନ୍ତି। ତେବେ ହେମନ୍ତ ସୋରେନଙ୍କ ପାଇଁ ଦ୍ରୌପଦୀ ମୁମୁର୍ଙ୍କ ପ୍ରାର୍ଥୀତ୍ୱ କେତେ ଗୁରୁତ୍ୱପୂର୍ଣ୍ଣ? ଦ୍ରୌପଦୀ ମୁର୍ମୁଙ୍କୁ କାହିଁକି ସମର୍ଥନ କରିବ ଜେଏମଏ। କଣ ରହିଛି ଏହା ପଛରେ ରାଜନୈତିକ କାରଣ ? ଦେ‌ଖିବାକୁ ଗଲେ ଝାଡ଼ଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବା ବେଳେ ହେମନ୍ତ ସୋରେଙ୍କନ ପାଇଁ ସାନ୍ତାଳମାନେ ଏକ ପ୍ରମୁଖ ଭୋଟ ବ୍ୟାଙ୍କ ଭାବେ ପରିଗଣିତ । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୋ ସୋରେନ୍‌ ରାଜ୍ୟର ମହାଜନି ପ୍ରଥା ବିରୋଧରେ ଆନ୍ଦୋଳନ କରି ଆଦୀବାସୀମାନଙ୍କ ପାଇଁ ଗୁରୁଜୀ ଭାବେ ପରିଚିତ ହୋଇପାରିଛନ୍ତି।
ସେହିପରି ଶାନ୍ତାଳମାନଙ୍କ ସମର୍ଥନରେ ସେ ଅଭିବକ୍ତ ବିହାର ରାଜ୍ୟକୁ ଅଲଗା କରି ସ୍ୱତନ୍ତ୍ର ଝାଡ଼ଖଣ୍ଡ ପାଇଁ ଦାବି ମଧ୍ୟ କରିଥିଲେ । ତେଣୁ ଝାଡ଼ଖଣ୍ଡର ଶିବୋ ସୋରେନଙ୍କ ପ୍ରତି ବିପୁଳ ସମର୍ଥନ ରହିଥିବା ବେଳେ ସେହି ଧାରା ତାଙ୍କ ପୁଅ ହେମନ୍ତ ସୋରେନେ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ଦ୍ରୌପଦୀ ମୁର୍ମୁ ମଧ୍ୟ ଜଣେ ଆଦସିବାସୀ ହୋଇଥିବା ବେଳେ ତାଙ୍କ ଜନ୍ମସ୍ଥାନ ମୟୁରଭଞ୍ଜ ମଧ୍ୟ ଝାଡ଼ଖଣ୍ଡର ପଡ଼ୋଶୀ । ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଦ୍ରୌପଦୀ ମୁର୍ମୁ ଝାଡ଼ଣ୍ଡର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ତେଣୁ ଏସବୁ ଦୃଷ୍ଟିରୁ ଦେଖିଲେ ଯଦିଓ ହେମନ୍ତ ସୋରେନ ମୋଦି ସରକାରଙ୍କର ଜଣେ ଦୃଢ଼ ବିରୋଧୀ କିନ୍ତୁ ରାଜନୈତିକ ବିଚାରରେ ଏବଂ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ହେମନ୍ତ ସୋରେନ୍‌ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ବାଧ୍ୟ ହୋଇପାରନ୍ତି।

ad-week
Leave A Reply

Your email address will not be published.