ପୁରୀରେ ଖୋଲିଲା ଆରଟିପିସିଆର ଟେଷ୍ଟ ସେଣ୍ଟର

add-all

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସୋମବାରଠାରୁ ପୁରୀ ବାରବାଟୀ କଲ୍ୟାଣ ମଣ୍ଡପ ପରିସରରେ ସ୍ବାବ ଟେଷ୍ଟ ସେଣ୍ଟର ବା ଆରଟିପିସିଆର ଟେଷ୍ଟ ସେଣ୍ଟର ଖୋଲାଯାଇଅଛି। ସକାଳ ୯ଟାରୁ ମଧ୍ୟାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଏହି ସେଣ୍ଟର୍ ଖୋଲାଯାଇଅଛି। ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କ ଯଦି ଥଣ୍ଡା, କାଶ କିମ୍ବା ଜ୍ଵର ହେଉଥାଏ ତେବେ ସେମାନେ ଏହି କେନ୍ଦ୍ରକୁ ଯାଇ ସ୍ୱାବ ଟେଷ୍ଟ ବା ଆରଟିପିସିଆର ଟେଷ୍ଟ କରାଇ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି |

ad-week
Leave A Reply

Your email address will not be published.