ଜୁଲାଇ ୩୧ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ସ୍ଥଗିତ

add-all

ଭୁବନେଶ୍ବର: ଜୁଲାଇ ୧ରେ ହେବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ । ଏନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ସଂଘ । ଜୁଲାଇ ୩୧ ସୁଦ୍ଧା ଦାବି ପୂରଣ ନହେଲେ ଅଗଷ୍ଟ ୧ରୁ ଧର୍ମଘଟ ।

ସୂଚନାଯୋଗ୍ୟ, ଜୁଲାଇ ପହିଲାରୁ ହେବାକୁ ଥିଲା ବସ୍ ଧର୍ମଘଟ । କିନ୍ତୁ ତାହା ଏବେ ସ୍ଥଗିତ ରହିଛି । ଏନେଇ ଆଜି ନିଷ୍ପତ୍ତି ନିଆଯାଇଛି । ଗତକାଲି ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏଥିରେ ଜୁଲାଇ ୧ରୁ ଧର୍ମଘଟ ନେଇ ସଂଘର ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା । ୧୦ ଦଫା ଦାବି ନେଇ ଆଲୋଚନା ହୋଇଥିବା ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ ।

ଆଗକୁ ରଥଯାତ୍ରା ଥିବାରୁ ଘରୋଇ ବସ୍ ବନ୍ଦ ନ କରିବାକୁ ପରିବହନ ମନ୍ତ୍ରୀ କହିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ବାହାରକୁ ଯାଇଛନ୍ତି, ଆସିଲେ ନିଷ୍ପତ୍ତି ହେବ ବୋଲି ପରିବହନ ମନ୍ତ୍ରୀ କହିଥିବା କଥା ସଂଘ ସମ୍ପାଦକ ସୂଚନା ଦେଇଥିଲେ । ତେବେ ବସ୍ ଧର୍ମଘଟ ହେବ ନା ନାହିଁ ଆଜିର କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବାର ଥିଲା । ଆଜି କାର୍ଯ୍ୟକାରୀ କମିଟି ବୈଠକ ପରେ ବସ୍ ମାଲିକ ସଂଘ ଠୋସ୍ ନିଷ୍ପତ୍ତି ନେଇଛି ।

ବସ୍‌ ପର୍‌ମିଟ୍ ତୃତୀୟ ପକ୍ଷକୁ ହସ୍ତାନ୍ତର ନିଷ୍ପତ୍ତି କାର୍ଯ୍ୟକାରୀ, ବସ୍ ଫିଟନେସ୍ ପର୍‌ମିଟ୍ ବଳବତ୍ତର ପର୍ଯ୍ୟନ୍ତ ସ୍ଥାୟୀ ପର୍‌ମିଟ୍ ଦେବା, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଏନଏଚ୍ ୫୫ ତୁରନ୍ତ ନିର୍ମାଣ କରିବା, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ନିଷ୍ପତ୍ତି ପରିବର୍ତ୍ତନ କରିବା, କୋଭିଡ୍‌ ବେଳେ ଋଣ ଯୋଗାଇଦେବାକୁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ଭଳି ବିଭିନ୍ନ ଦାବି ଘରୋଇ ବସ ମାଲିକ ସଂଘ ରଖିଛି ।

ad-week
Leave A Reply

Your email address will not be published.