ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

add-all


ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଘୋଷିତ ଅଗ୍ନିପଥ ଯୋଜନାକୁ ବିରୋଧ କରି ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାର ସମସ୍ତ ବିଧାନସଭାରେ ସତ୍ୟାଗ୍ରହ କରାଯାଇଛି।ଆଜି ଫୁଲବାଣୀ ବିଧାନସଭାର ଜିଲ୍ଲପାଳ କାର୍ଯ୍ୟାଳୟ ସମୁଖରେ ସକାଳ ୧୦ ଟାରୁ ଦିବା ୧ଘଣ୍ଟା ପ୍ରଯ୍ୟନ୍ତ ସତ୍ୟାଗ୍ରହ କରାଯାଇଥିଲା ।କେନ୍ଦ୍ର ସରକାର ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଫେରାଇ ନିଅନ୍ତୁ ବୋଲି କଂଗ୍ରେସ ଦାବି କରି ଏହି ସତ୍ୟାଗ୍ରହ କରିଛି।ଉକ୍ତ ସତ୍ୟାଗ୍ରହରେ ଜିଲ୍ଲା ସଭାପତି ଅନାମ କୁମାର ନାୟକ, ଯୁବ ସଭାପତି ବସନ୍ତ କୁମାର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହ୍ନର, ଶ୍ରମିକ ନେତା ଘନ କୁମାର ଶବର, ଯୁବ ନେତା ନନ୍ଦ କିଶୋର ଦାଶ, ଶିବ ଶଙ୍କର ବେହରା, ସମସ୍ତ କାଉନସିଲାର ପାର୍ଥି, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ସାଇବାଣୀ କହଁର, ସ୍ୱପ୍ନାରାଣୀ ମଲ୍ଲିକ, ମାମି ନାୟକ, ରଜତ ମହାନ୍ତି ପ୍ରମୁଖ ଉପସ୍ଥିତ ଥାଇ ଅଗ୍ନିପଥ ଯୋଜନାକୁ ଯୁବ ବିରୋଧୀ କହିବା ସହ ଯୋଜନାକୁ ଫେରେଇ ନବା ପାଈଁ ମତାମତ ଦେଇଥିଲେ।ଏହି ଯୋଜନା ଫେରେଇ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି କହିଥିଲେ।

ad-week
Leave A Reply

Your email address will not be published.