
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃର ପରିଚାଳନା ପରିଷଦର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଯାଇଛି। ଏହି ନିର୍ବାଚନର ପରିଚାଳନା ପରିଷଦର ନିର୍ବାଚିତ ସଦସ୍ୟ ସଦସ୍ୟା ସମୁଦାୟ ୧୪ ଜଣ ଡ଼ାଇରେକ୍ଟର ନିର୍ବାଚିତ ହୋଇଥିବା ବେଳେ ଚିତ୍ର କହଁର ନିର୍ଦ୍ୱନ୍ଦରେ ସଭାପତି ଭାବେ ୫ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ସେଥି ମଧ୍ୟରୁ ପ୍ରସ୍ତାବକ ଗୋବିନ୍ଦ ଅମାତ ଓ ସମର୍ଥକ ଭୀମସେନ କହଁରଙ୍କ ଦ୍ୱାରା ସଭାପତି ପଦ ପାଇଁ ନିଜର ମନୋନୟନ ପତ୍ର ନିର୍ବାଚନ ଅଧିକାରୀ ଲିଙ୍ଗରାଜ କହଁରଙ୍କ ନିକଟରେ ଦାଖଲ କରିଥିଲେ। କୌଣସି ପ୍ରତିଦ୍ୱନ୍ଦୀ ନଥିବାରୁ ସର୍ବସମତି କ୍ରମେ ଚିତ୍ର କହଁରଙ୍କୁ ଶଙ୍କରାଖୋଲ ବୃହଦାକାର ବହୁମୁଖୀ ସମବାୟ ସମିତିର ସଭାପତି ରୂପେ ନିର୍ବାଚିତ ହେଇଛନ୍ତି।ଏହି ନିର୍ବାଚନ ପ୍ରକ୍ରିୟା କ୍ଷେତ୍ରରେ ଏମ ଡି ସୁଶାନ୍ତ ବେହେରା ସହଯୋଗ କରିଥିଲେ।ଅନ୍ୟ ନିର୍ବାଚିତ ସଦସ୍ୟ।ମାନେ ହେଲେ ଗୋଲାପି କହଁର,ପଦ୍ମନାଭ କହଁର, ମାଳତୀ କହଁର, ମଳୟ କୁମାର ବେହେରା, କୁନ୍ତୀ ପ୍ରଧାନ, ଚନ୍ଦ୍ର ଶେଖର ମଲ୍ଲୀକ, କାର୍ତ୍ତିକ କହଁର, ଶିଵରାମ ପାଢ଼ୀ, ବାବିନ୍ଦ୍ର କହଁର, ଶିଵ ସୁନ୍ଦର କହଁର,ରୋହିତ ନାୟକ, ଗୋବିନ୍ଦ ଅମାତ୍ୟ ଓ ଭୀମସେନ କହଁର ପ୍ରମୁଖ ନିର୍ବାଚିତ ହୋଇଛନ୍ତି।