ମାସାନ୍ତ ସାହିତ୍ୟ କବିତା ଆସର ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜ଼ିଲ୍ଲା ଲେଖକ ସାମ୍ମୁଖ୍ୟର ମାସାନ୍ତ ସାହିତ୍ୟ ସଭା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ସାମୁଖ୍ୟ ର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ସମସ୍ତଙ୍କୁ ସ୍ୱାଗତ କଲା ପରେ ପ୍ରଭୁ ଜଗନାଥଙ୍କ ପାଖରେ ଅତିଥି ମାନେ ଦୀପପ୍ରଜ୍ବଳନ କରିଥିଲେ l ପ୍ରାରମ୍ଭରେ ବିଶିଷ୍ଠ ଚଳଚ୍ଚିତ୍ର ଓ ମଞ୍ଚ କଳାକାର ସ୍ବର୍ଗତ ରାଇମୋହନ ପରିଡା ଙ୍କ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଉପସ୍ଥିତ ସାହିତ୍ୟିକ ମାନେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲା ବେଳେ କବି ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ସଂଯାଜନାରେ କବି ଦୁର୍ଯ୍ୟୋଧନ ପ୍ରଧାନ, ରାମକୃଷ୍ଣ ବେହେରା, ନବୀନ କିଶୋର ପଣ୍ଡା କୈଳାଶ ଚନ୍ଦ୍ର ଧଳ, ପ୍ରସନ୍ନ ପଣ୍ଡା, ବି କେ କମଳ ରବୀନ୍ଦ୍ର ନାଥ ମିଶ୍ର, ଜ୍ୟୋତିର୍ମୟୀ କହଁର, ସୋମନାଥ ସାହୁ ବୈକୃଷ୍ଣନାଥ ସ୍ୱାଇଁ ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ l କବି ଡ଼ଃ ଚିତ୍ତରଞ୍ଜନ ମିଶ୍ର କବିତା ଗୁଡିକର ସୁନ୍ଦର ସମୀକ୍ଷା କରିଥିଲେ l ଉପସଭାପତି ବିଜୟ କୁମାର ମହାନ୍ତି ଆଗାମୀ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲା ବେଳେ ସମ୍ପାଦକ ବନବିହାରୀ ନନ୍ଦ ଙ୍କ ଅନୁପସ୍ଥିତରେ ସହସଂପାଦିକା ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.