ଆବୁଧାବି ସୌନ୍ଦର୍ଯ୍ୟଭରା ମସଜିଦ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ବର: ରୋମ ପରେ ଆବୁଧାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଐତିହ ସ୍ମାରକୀ ଶେଖ ଜାୟେଦ ମସଜିଦ ବୁଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ମସଜିଦ ବୁଲି ଦେଖିବା ବେଳେ ସେ ଧଳା ବଦଳେ ନୀଳ ରଙ୍ଗର କୁର୍ତ୍ତାରେ ନଜର ଆସିଛନ୍ତି । ଅନେକ ଦିନ ପରେ ସେ ଧଳା ବଦଳେ ଅନ୍ୟ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି ।

ତେବେ ମସଜିଦରେ ବୁଲିବା ସମୟର ଭିଡିଓ ସେ ଟ୍ବିଟରରେ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି ।

ମସଜିଦ ଭାରତର ଛାପ ଦେଖି ମୁଖ୍ୟମନ୍ତ୍ରୀ ଖୁବ ଖୁସି ହୋଇଥିଲେ। ସେ ଫଟୋ ଏବଂ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ମସଜିଦରେ ବ୍ୟବହୃତ ମାର୍ବଲ ରାଜସ୍ଥାନର ମାର୍କଣା ଗାଁରୁ ଆବୁଧାବି ପଠାଯାଇଥିଲା। କେବଳ ଏତିକି ନୁହେଁ ସେହି ଗାଁରୁ କାରିଗରଙ୍କୁ ମଧ୍ୟ ଆବୁଧାବି ନିଆଯାଇଥିଲା।

ୟୁଏଇକୁ ଗସ୍ତ କରିବାରେ ନବୀନ ହେଉଛନ୍ତି ପୂର୍ବ ଭାରତୀୟ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ତେବେ ୟୁଏଇ ସହ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ଲାଗି ସେ ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀ ପରିପ୍ରେକ୍ଷୀରେ ବଢିଛି ନବୀନଙ୍କ କ୍ରେଜ । ଦୁବାଇର ହାଇ ପ୍ରୋଫାଇଲ ଶେଖ ଜାୟେଦ ରୋଡ ଓ ଅଲ ଖେଲ ରୋଡରେ ନବୀନଙ୍କ ଗସ୍ତକୁ ନେଇ ବିଶାଳ ହୋର୍ଡିଂ ଲଗାଯାଇଥିବା ଦେଖାଯାଇଛି ।

ad-week
Leave A Reply

Your email address will not be published.