ପୁରୀରେ ବଢାଯିବ ଆଣ୍ଟିଜେନ୍‌ ଟେଷ୍ଟ୍‌: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

add-all

ଭୁବନେଶ୍ୱର: ରାଜ୍ୟରେ କାରୋନା ସଂକ୍ରମଣକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ନଜର ରଖାଯାଇଛି। କଟକ, ଭୁବନେଶ୍ୱରରେ ସ୍ଥିତି ଅଧିକ ରହୁଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଆହୁରି ମଧ୍ୟ କହିଛନ୍ତି ଯେ, ରଥଯାତ୍ରା ସମୟରେ ୧୦ ଲକ୍ଷ ଲୋକଙ୍କୁ ମାସ୍କ ଯୋଗାଇ ଦିଆଯିବ। ପୁରୀରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ ୫୦ ହଜାରକୁ ବଢାଯିବ। ଏହା ସହ ଟିକାକରଣକୁ ମଧ୍ୟ ବଢାଇବାକୁ ନିର୍ଦ୍ଦେଶ ରହିଛି ବୋଲି ସେ କହିଛନ୍ତି।
ଅନ୍ୟପଟେ, ରାଜ୍ୟରେ ଧୀରେ ଧୀରେ ବଢୁଛି ସଂକ୍ରମଣ। ଦୌନିକ ସଂକ୍ରମଣ ୧୦୦ ତଳେ ରହୁଥିବା ବେଳେ ମଙ୍ଗଳବାର ୧୦୦ ପାର୍‌ କରିଛି ସଂକ୍ରମଣ।

ad-week
Leave A Reply

Your email address will not be published.