ଥାନା ଆଗରେ ଆତ୍ମହୁତି ଘଟଣା, ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପୁଅ

add-all

ସାଲେପୁର: କଟକ ଜିଲ୍ଲାର କଟକସଦର ବ୍ଲକ ଅଧିନସ୍ତ କିଶନନଗର ଥାନାରେ ଗତ ତା ୨୩ରିଖ ଦିନ ଇସାଣି ବରମପୁର ପଞ୍ଚାୟତ ଅଧିନସ୍ତ ସାଇଁପରୁଆ ଗ୍ରାମର ଗୁଣନିଧି ବିଶୋଇ(୫୫) ବାରମ୍ବାର ଥାନା କୁ ଆସି ନ୍ୟାୟ ନ ମିଳିବାରୁ ଦେହରେ ପେଟ୍ରୋଲ ଢାଳି ଥାନା ପରିସରରେ ଆତ୍ମହୁତି ଦେଇଥିଲେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ ଘଟିଥିଲା।ଅନ୍ୟପଟେ ପୋଲିସି ପ୍ରଶାସନ କିଶନନଗର ଆଇଆଇସୀ ସସ୍ମିତା ରଣା ଙ୍କୁ ନିଲମ୍ବିତ କରିଛନ୍ତି।

ନିଲମ୍ବିତ ରେ ମୃତକ ପରିବାର ସନ୍ତୁଷ୍ଟ ନୁହନ୍ତି।ତେଣୁ ମାନବ ଅଧିକାର କମିଶନଙ୍କ ପାଖରେ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି(୧)ଆଇଆଇସୀଙ୍କ ବିରୁଦ୍ଧରେ ଫୋୖଜଦାରୀ ମାମଲା ରୁଜୁ କରାଯାଉ(୨)କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ନିଯୁକ୍ତି ଦିଆଯାଉ(୩)ଷଡ଼ଯନ୍ତ୍ର କାରୀ ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫ କରାଯାଉ ଯଦି ଆମ୍ବର ଦାବି ୧୫ ଦିନ ଭିତର ପୂରଣ ନ ହୁଏ ଗ୍ରାମବାସୀ ମାନଙ୍କ ସହିତ ମିଶିକି ମାନବ ଅଧିକାରୀ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବୁ ବୋଲି ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.