ମମିତା ମେହର ହତ୍ୟା ମାମଲା: ଗୋବିନ୍ଦ ସାହୁଙ୍କୁ ଜାମିନ୍‌

Independence

କଟକ ଅଫିସ,୨୯ା୬: ବହୁଚର୍ଚ୍ଚିତ ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର ଜାମିନ୍‌ ମିଳିଛି। ଗୋବିନ୍ଦଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଏହି ଜାମିନ ମିଳିଥିବା ଜଣାପଡ଼ିଛି। ତେବେ ଗୋବିନ୍ଦଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ଦେଇଛନ୍ତି ହାଇକୋର୍ଟ। ସ୍ତ୍ରୀ ଓ ପୁଅର ଚିକତ୍ସା ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ ଗୋବିନ୍ଦ।

ସେମାନଙ୍କୁ ମେଡିକାଲ ନେବା ପାଇଁ ଘରେ କୌଣସି ବ୍ୟକ୍ତି ନାହାନ୍ତି। ଗୋବିନ୍ଦଙ୍କୁ ଅନ୍ତରୀଣ ଜାମିନ ପାଇଁ ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ଏହାକୁ ସରକାରୀ ଓକିଲ ବିରୋଧ କରିଥିଲେ। ତେବେ ସମସ୍ତ ଦିଗକୁ ବିଚାରକୁ ନେଇ ହାଇକୋର୍ଟ ତାଙ୍କୁ ୨ ସପ୍ତାହର ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଇଛନ୍ତି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା ସନ୍‌ସାଇନ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ମମିତା ମେହେର ଗତବର୍ଷ ଅକ୍ଟୋବର ୮ରେ ନିଖୋଜ ଥିଲେ। ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ତତ୍ପର ହୋଇଥିଲା। ତେବେ ଗୋବିନ୍ଦଙ୍କ ନାଁ ସାମ୍ନାକୁ ଆସିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଏହା ପରେ ଗୋବିନ୍ଦଙ୍କୁ ଜେରା କରିଥିଲା। ହତ୍ୟା ପରେ ମମିତାଙ୍କୁ ପୋଡ଼ି ପୋତି ଦେଇଥିବା ଗୋବିନ୍ଦ ସ୍ବୀକାର କରିଥିଲେ। ଏହା ପରେ ପୋଲିସ ଅଭିଯୁକ୍ତ ଗୋବିନ୍ଦ ଓ ତାଙ୍କ ସହଯୋଗୀ ରାଧେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ad-week
Leave A Reply

Your email address will not be published.