ପ୍ରେମରୁ ଜୀବନ ହାରିଲେ ପ୍ରେମୀ ଯୁଗଳ

youtube

ନବରଙ୍ଗପୁର : ପ୍ରେମ ପାଇଁ ଜୀବନ ହାରି ଦେଲେ ପ୍ରେମୀ ଯୁଗଳ, ଗୋଟିଏ ପରିବାର ର ଦୁଇ ସମ୍ପର୍କୀୟ ହେଇଥିବାରୁ ଦୁହିଁଙ୍କୁ ପ୍ରେମ କୁ ମିଳିଲାନି ସ୍ୱୀକୃତି, ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲେ ଏଇ ପ୍ରେମୀ ଯୁଗଳ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ବଗିଚା ମଧ୍ୟରେ ଆଜି ସକାଳେ ଦୁଇଜଣ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ଦୁଇ ପ୍ରେମୀ ଯୁଗଳ ସମ୍ପର୍କୀୟ ଗୋଟିଏ ପରିବାର ର ବୋଲି ଜଣା ପଡିଛି . ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତ ଅନ୍ତର୍ଗତ ଦାମାପାଲା ଗ୍ରାମ ର ଡମ୍ବୁରୁ ଧର ହରିଜନ (୧୯) ଓ ଡାବୁଗାଁ ଥାନା ଜବାଗୁଡ଼ା ଗ୍ରାମ ର ତିଲାଇ ହରିଜନ( ୨୦) ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଗଡି ଉଠିଥିଲା । ଡମ୍ବୁରୁ ଧର ହରିଜନ ର ମାମୁ ଲାଇବାନ ହରିଜନ ଜବାଗୁଡ଼ା ଗ୍ରାମ ରେ ରହୁଥିବା ବେଳେ ମାମୁ ଲାଇବାନ ର ଝିଅ ତିଲାଇ ହରିଜନ ସହ ଗତ କିଛି ବର୍ଷ ହେଲା ଡମ୍ବୁରୁ ଧର ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା . ଦୁଇ ପ୍ରେମୀ ଯୁଗଳ ଡମ୍ବୁରୁ ଓ ତିଲାଇ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ବଗିଚାରେ ଯାଇ ରାତ୍ର ସମୟରେ ଏକ କାଜୁ ଗଛରେ ଗାମୁଛାରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ବୁଧବାର ସକାଳୁ କାଜୁ ବଗିଚା ଦେଇ ଯାତାୟାତ କରୁଥିବା ଲୋକେ ଦୁଇ ପ୍ରେମିଯୁଗଳ ଙ୍କ ଝୁଲନ୍ତା ଶବ ଦେଖିଥିଲେ . ଜବାଗୁଡ଼ା ଗ୍ରାମରେ ଏହା ପ୍ରଚାର ହେବା ପରେ ପ୍ରେମୀ ଯୁଗଳ ଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା . ଖବର ପାଇ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରେମୀ ଯୁଗଳ ଙ୍କ ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରେମ କୁ ନେଇ ଉଭୟ ପରିବାର ସ୍ଵୀକୃତି ଦେଇ ନ ଥିବାରୁ ଦୁହେଁ ଏଭଳି ପଦକ୍ଷେପ ନେଇ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Leave A Reply

Your email address will not be published.