ଅଗ୍ନିପଥ ପ୍ରତ୍ୟାହାର ଦାବୀରେ ବାମପନ୍ଥୀ ଯୁବଛାତ୍ରଙ୍କ ମିଳିତ ପ୍ରତିବାଦ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

add-all

ଭୁବନେଶ୍ୱର(୨୯/୦୬) : ଯୁବ,ଛାତ୍ର,ସେନା ବାହିନୀ ତଥା ଦେଶ ବିରୋଧି ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ବିଭିନ୍ନ ବାମପନ୍ଥୀ ଛାତ୍ର ଓ ଯୁବ ସଙ୍ଗଠନଙ୍କ ପକ୍ଷରୁ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ ସହ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ୮ଜଣିଆ ପ୍ରତିନିଧି ମଣ୍ଡଳିରେ ଏ.ଆଇ.ଏସ୍.ଏଫ୍ ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା,ଏ.ଆଇ.ଡି.ଏସ୍.ଓ ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ନସିମ୍ ସରକାର,ଏସ୍.ଏଫ୍.ଆଇ ର ରାଜ୍ୟ ଆବାହକ ଶୁଭ୍ରାଂସୁ ଶେଖର,ଏ.ଆଇ.ଏସ୍.ଏ ର ଏମ୍ ଡି ସୋହେଲ୍,ଏ.ଆଇ.ୱାଇ.ଏଫ୍ ର ରାଜ୍ୟ ଉପସଭାପତି ସତ୍ୟ ରଞ୍ଜନ ମହାନ୍ତି,ଡିୱାଇଏଫ୍ଆଇ ର ରାଜ୍ୟ ସଭାପତି ସରୋଜ ନାୟକ,ଏଆଇଡିୱାଇଓ ର ରାଜ୍ୟ ସଭାପତି ମାନସ ପାଲ୍ ଓ ରାକେଶ ସାମଲ ରହିଥିଲେ। ଅଗ୍ନିପଥ ଯୋଜନା ବାତିଲ୍,କରୋନା ପୂର୍ବରୁ ସେନାରେ ଖାଲିଥିବା ପଦବୀ ପୂରଣ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀ ପ୍ରାର୍ଥୀମାନଙ୍କ ପରୀକ୍ଷାକୁ ବାତିଲ୍ ଘୋଷଣା ପ୍ରତ୍ୟାହାର କରି ଅବିଳମ୍ୱେ ବୟସ ସୀମା କୋହଳ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ,ପୂର୍ବ ପ୍ରଚଳିତ ପଦ୍ଧତିରେ ହିଁ ସେନାବାହିନୀ ନିଯୁକ୍ତି ବ୍ୟବସ୍ଥା,ସମସ୍ତ ସରକାରୀ ଶିକ୍ଷାନୁଷ୍ଠାରେ ଏନ୍.ସି.ସି ପ୍ରଶିକ୍ଷଣ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଖାଲିଥିବା ସମସ୍ତ ପଦବୀ ପୂରଣ ଆଦି ଦାବୀରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏକ ଶୋଭାଯାତ୍ରା ରାଜମହଲ ଛକଠାରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ପହଞ୍ଚିବା ପରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିବାଦ ସଭାରେ ଏ.ଆଇ.ୱାଇ.ଏଫ ଜାତୀୟ ଉପସଭାପତି ଅବକାଶ ସାହୁ,ଡିୱାଇଏଫଆଇ ରାଜ୍ୟ ସମ୍ପାଦକ ଜତୀନ ମହାନ୍ତି,ଏ.ଆଇ.ଏସ୍.ଏଫ୍ ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ପରିଡା,ଏଆଇଡିୱାଇଓ ସମ୍ପାଦକ କେଦାରନାଥ ସାହୁ,ଆର୍.ୱାଇ.ଏ ରାଜ୍ୟ ସଭାପତି ଶଙ୍କର ନାୟକ,ସେନା ଆଶାୟୀ ତରୁଣ୍ ଲାଲ୍ ଓ ସତ୍ୟଜିତ ବିଶ୍ୱାଳ ପ୍ରମୁଖ ଉଦ୍ ବୋଧନ ଦେଇଥିଲେ। ବରିଷ୍ଠ ସାମ୍ୱାଦିକ ରବି ଦାସ,ପ୍ରଫେସର ଅମିୟ ମହାନ୍ତି ଓ ପ୍ରଫେସର ଗୋଲକ ବିହାରୀ ନାଥ ଏଥିରେ ସାମିଲ୍ ହୋଇ ସମର୍ଥନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିବେକ କ୍ରିଷ୍ଣା,ଦିନେଶ ରଞ୍ଜନ,ଶୁଭ୍ରାରାଣୀ ସାହୁ,ମନୋରଞ୍ଜନ ରାଉତ,ହିତେଶ ରଞ୍ଜନ,ରୋଜାଲିନ୍ ମହାନ୍ତି,ଭୁବନ ଚାନ୍ଦ ହାତୀ ତଥା ରାଜ୍ୟର ଶତାଧିକ ଯୁବଛାତ୍ର ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ।

ad-week
Leave A Reply

Your email address will not be published.