ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର | କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବଞ୍ଚିତ ଥିବା ଭକ୍ତଙ୍କୁ ହଠାତ ଯେପରି ଚାତକ ବର୍ଷାକୁ ଚାହିଁ ରହିଲା ପରି ଭକ୍ତ ମାନେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଏକ ଲୟରେ ଚାହିଁ ରହିଥିଲେ। ଶତାଧିକ ଦର୍ଶକଙ୍କ ଭିଡ଼ ଜମିଥିଲା ମନ୍ଦିର ପରିସରରେ।

ସକାଳ ୪:୩୦ରେ ମଙ୍ଗଳ ଆଳତି, ମଇଲମ ପରେ ଦୈନିକ ନିତ୍ୟ କର୍ମ ପରେ ତିନି ଠାକୁର ୧୦ଟା ୩୦ ରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମୁଖ୍ୟ ପୂଜକ ଶଙ୍କର ଚନ୍ଦ୍ର ପାଢ଼ୀ, ମୁଖ୍ୟ ପୁରୋହିତ ବାଉରୀ ବନ୍ଧୁ ମିଶ୍ରଙ୍କ ସମେତ ଅନ୍ୟ ସେବାୟତଙ୍କ ସହଯୋଗ ଓ ମନ୍ଦିର ପରିଚାଳନା କମିଟିର ସଭାପତି ସୁନାଶିର ମହାପାତ୍ର,ଉପ ସଭାପତି ଵିଜୟ କୁମାର ମହାନ୍ତି, ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା,ସହ ସମ୍ପାଦକ ଶରତ ସାହୁ,କୋଷାଧ୍ୟକ୍ଷ ଶଙ୍କର କୁମାର ବେହେରା, ଆଇନଜୀବୀ ରଜତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାର ରୂପେ ସମ୍ପର୍ଣ୍ଣ କରିଥିଲେ।ସନ୍ଧ୍ୟାରେ ରଥକୁ ମନ୍ଦିର ପରିସରରୁ ବାହାର କରାଯାଇ ରାସ୍ତା ଉପରକୁ ଅଣା ଯାଇଥିଲା।

ad-week
Leave A Reply

Your email address will not be published.