ଆଜି ଉଦ୍‌ଘାଟନ ହେବ ସ୍ମାର୍ଟ ସିଟି ଦକ୍ଷତା କେନ୍ଦ୍ର, କାର୍ଯ୍ୟକ୍ରମରେ ଯୋଗଦେବେ ନବୀନ ଜିନ୍ଦଲ

add-all

ଭୁବନେଶ୍ୱର: ଗୁରୁବାର ସହିଦନଗର ଆଇପିସି ପରିସରରେ ନିର୍ମାଣ ହୋଇଥିବା ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ ହେବ । ଏଠାରେ ବସ୍ତି ପିଲାଙ୍କୁ ଦକ୍ଷତା ବିକାଶର ପ୍ରଶିକ୍ଷଣ ଦିଆଯିବ । ପୁନେ ଲାଇଟ ହାଉସ୍‌ ଫାଉଣ୍ଡେସନ୍‌ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ) ପକ୍ଷରୁ ଏହି ଦକ୍ଷତା କେନ୍ଦ୍ରର ବିକାଶ କରାଯାଇଛି ।

ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ । ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ କର୍ତ୍ତୃପକ୍ଷ ସୁବ୍ରତ ବାଗ୍‌ଚୀ, ଜେସପିଏଲ୍‌ ଫାଉଣ୍ଡେସନ୍‌ ଅଧ୍ୟକ୍ଷା ସାଲୁ ଜିନ୍ଦଲ, ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନାନ୍‌ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.