ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍

add-all

ଭୁବନେଶ୍ଵର: କଂଗ୍ରେସକୁ ଝଟ୍‌କା। କଂଗ୍ରେସ ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍। ଇସ୍ତାଫା ଦେବା ପରେ ମୋକିମ୍ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବିଷୟ। ଦଳରେ ଆଲୋଚନା ହେବା ଉଚିତ୍। ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ଠିକ୍ ନୁହେଁ।

ସୂଚନାନୁଯାୟୀ, ବାରବାଟୀ-କଟକ ବିଧାୟକ ଅଛନ୍ତି ମହମ୍ମଦ ମୋକିମ୍ । ସେ କଂଗ୍ରେସର ସମ୍ପାଦକ ପଦରୁ ଇସ୍ତଫା ଦେବାପରେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ମୋକିମ୍ ଏହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି।

ad-week
Leave A Reply

Your email address will not be published.