
ହିଞ୍ଜିଳିକାଟୁ, ୧/୭ : ହିଞ୍ଜିଳିକାଟୁ ଅଚଂଳର ମାତିଛନ୍ତି ଲୁଟେରା । ହିଞ୍ଜିଳିକାଟୁ ବ୍ଲକ ପୋଡିଙ୍ଗି ବୁରୁପଡା ପରେ ରାଳବ ଗ୍ରାମରେ ଓ ପୌରପାଳିକାର ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଆଗ ନିଜ ଘର ଆଗରୂ ଗୋଟିଏ ହୋଣ୍ଡା ଏକ୍ଟିଭା ଓ ବିଲ ସାହିରୁ ହିରୋ ପ୍ଳେଜର ଗାଡି ଚୋରି ହୋଇଥିବା ଅଭିଯୋଗ ପରେ ଅଞ୍ଚଳବାସୀ ଭୟଭୀତ ହୋଇ ରହୁଛନ୍ତି। ଏପରିକି ଘରେ ଶୋଇଥିବା ବେଳେ ବାରି ପଟୁ କବାଟ ତାଡି ଅକ୍ଳେସରେ ଲୁଟ ହେଊଛି। ଗତ ମାସରେ ହିଞ୍ଜିଳି କାଟୁ ତାରାତାରିଣୀ ରୋଡ ଇଣ୍ଡିଆନ ଗ୍ୟାସ କାର୍ଯାଳୟ ଆଗରୁ ଜୌନିକ ବ୍ୟକ୍ତି ଙ୍କ ହୋଣ୍ଡା ବାଇକ ଚୋରି ହୋଇଥିଲା ପରେ ଥାନା ଠାରୁ ୨୦ ମିଟର ଵିଜୁ ପଟ୍ଟନାୟକ ଛକ ଠାରୁ ଏକ ବାଇକ ଚୋରି ହୋଇଥିଲା ପରେ ହିଞ୍ଜିଳିକାଟୁ ଵିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଆଗରୁ ମହାରଣା ପରିବାରର ଏକ ସ୍କୂଟି ଗାଡି ଚୋରି ହୋଇଥିବା ଅଭିଯୋଗ ପରେ ଦୁର୍ବୁତ୍ତ ମାନେ ପରଦିନ ଗାଡି ରଖିଦେଇଥିଲେ। ଗତ ବୁଧବାର ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଦୁର୍ଯ୍ୟୋଧନ ଗୌଡଙ୍କ ଘରର ବାରି ଗ୍ରୀଲ ଓ କବାଟ ଭାଙ୍ଗି ଦୃବୁର୍ତ୍ତ ୨୦ ତୁଳା ରୂପା ,ଆଠ ତୁଳା ସୁନା ଅଳଙ୍କାର ସମେତ ୬୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳ ବାର ରାତିରେ ପରିବାର ସଦସ୍ୟ ରାତ୍ର ଭୋଜନ ସାରି ଶୋଇ ପଡ଼ିଥିଲେ । ବୁଧବାର ଭୋର ପ୍ରାୟ ୫ଘଣ୍ଟା ସମୟରେ ଦୁର୍ଯ୍ୟୋଧନ ଉଠି ଘରର ଆସବାବପତ୍ର ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଘର ମଧ୍ୟରେ ଥିବା ଆଲମରା ରୁ ୨୦ ତୋଳା ସମେତ ୭୦ ହଜାର ଟଙ୍କା ଚୋରି ହୋଇଥିବା
ଜାଣିପାରିଲେ ଦୁର୍ଯ୍ୟୋଧନ ।ଏଥି ସହିତ ଦୁଇଟୀ ଟିଣ ପେଢି ଘର ଠାରୁ ୫୦ ମିଟର ଏକ ଗଛ ଵୁଦା ମୁଳେ ଚାବି ଭାଙ୍ଗି ସେଥିରେ ଥିବା ଜିନିଷ ଲୁଟି ଫୋପାଡି ଦେଇଥିଲେ ।ବୁଧବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ପୌରପରିଷଦ ମେଇନରୋଡ ସ୍ଥିତ ଉପାଧ୍ୟକ୍ଷା ଙ୍କ ବାସଭବନ ଆଗରୁ ଗୋଟିଏ ଏକ୍ଟିଭା ଗାଡିଓ ବଇଁଚବଣିଆ ଗିତା ଭଵନ ପଛ ଭାଗ ସାହିରୁ ଗୋଟିଏ ହିରୋ ପ୍ଳେଜର ଗାଡି ଚୋରି ହୋଇଥିବା ନେଇ ସୂଚନା ମିଳିଛି ।ଗୁରୁବାର ରାତିରେ ହିଞ୍ଜିଳି ଥାନା ରାଳବ ଗ୍ରାମର କାଳୀ ମନ୍ଦିର ସାହିର ମେଘ ପାଣ୍ଡି ଙ୍କ ଘରୁ ୫ ତୋଳା ସୁନା ଅଳଙ୍କାର ସହ ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ମେଘ ପାଣ୍ଡି ଙ୍କ ପରିବାର ସଦସ୍ୟ ଗୁରୁବାର ରାତ୍ର ଭୋଜନ ଶୁକ୍ରବାର ଭୋର ୫ ଟା ସମୟରେ ମେଘ ଉଠି କବାଟ ଖୋଲି ଭିତରକୁ ପ୍ରବେଶ କରିବା ବେଳେ ଘରର ଆସବାବପତ୍ର ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ବାରିପଟ କବାଟ ଭାଙ୍ଗି ଯାଇଥିବା ଦେଖି ଗ୍ରାମବାସୀ ଙ୍କୁ ଜଣାଇଥିଲେ। ଘରୁ ବାରିପଟୁ ରାତିର ଦୁର୍ବୁତ୍ତ ମାନେ କବାଟ ତାଡି ଘରୁ ୫ତୋଳା ସୁନା ଅଳଙ୍କାର ସହ ଚାଷ ପାଇଁ ରଖିଥିବା ନଗଦ୨୦ ହଜାର ଟଙ୍କା ଚୋରି ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ଲଗାତାର ହିଞ୍ଜିଳି ବ୍ଳକ ଓ ପୌରପରିଷଦର ଵିଭିନ୍ନ ଅଞ୍ଚଳରେ ଚୋରି ହେଉଥିବା ଯୋଗୁଁ ଵ୍ୟବସାୟୀ ମାନେ ମୁଲ୍ୟବାନ ସାମଗ୍ରୀ ଓ ଟଙ୍କା ପ୍ରତିଷ୍ଠାନ ବନ୍ଦ କରିବା ବେଳେ ଘରକୁ ନେଇ ଯାଉଥିବା ଦେଖିବାକୁ ମିଳିଛି। ଘରୁ ଶୋଇଥିବା ଅବସ୍ଥାରେ ଚୋରି ବଢୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ରହୁଥିବା ଜନସାଧାରଣ ଠାରୁ ଜଣା ପଡ଼ିଛି। ପୋଲିସ ପେଟ୍ରୋଲିଂ କରୁଛି ତଥାପି ଚୋରି ବଢୁଛି ।ଚୋରି ଘଟଣାରୁ ପଲିସ କୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଉଥିବା ଜଣାପଡିଛି । ପୋଲିସ ପକ୍ଷରୁ ରାତ୍ରି କାଳିନ ପେଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଓ ଵ୍ୟବସାୟୀ ମହଲରେ ଦାବୀ ହେଉଛି।