ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍: ୨ ମୃତ, ତିନି ଗୁରୁତର

add-all

ଖୋର୍ଦ୍ଧା: ସକାଳୁ ସକାଳୁ ଖୋର୍ଦ୍ଧାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍। ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଚାଲୁଥିବା ଓଭର ବ୍ରିଜ୍ କାର୍ଯ୍ୟରେ ପଶ୍ଚିମବଙ୍ଗରୁ ଆସିଥିବା ଶତାଧିକ ଶ୍ରମିକ ନିଜ ପରିବାର ଧରି ଏହି ନିର୍ମାଣାଧୀନ ପୋଲ ତଳେ କ୍ୟାମ୍ପ କରି ରହୁଥିଲେ।

ଆଜି ସକାଳୁ ସକାଳୁ ଏକ ବାଲି ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଶ୍ରମିକ କ୍ୟାମ୍ପ ଆଡ଼କୁ ମାଡ଼ି ଯାଇଥିଲା।

ଶୋଇଥିବା ଅବସ୍ଥାରେ ଶ୍ରମିକ ମାନେ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ। ପୋଲିସ୍, ଦମକଳ ବାହିନୀ ସହାୟତାରେ ଆହତ ,ମୃତ ଲୋକମାନଙ୍କୁ ବାହାର କରରଯାଇ ମେଡିକାଲ୍ ପଠାଯାଇଛି। ରଥଯାତ୍ରା ବେଳେ ଏଭଳି ଏକ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି।

ad-week
Leave A Reply

Your email address will not be published.