ଦାରିଙ୍ଗବାଡ଼ି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କଫି ଚାଷ ତାଲିମ ଶିବିର

add-all

ଦାରିଙ୍ଗବାଡ଼ି, (୦୧/୦୭) : ଦାରିଙ୍ଗବାଡ଼ି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରିୟ କଫି ଚାଷ ତାଲିମ ଶିବିର ଦାରିଙ୍ଗବାଡ଼ି କୃଷି ବିଭାଗ କୃଷକ ସୂଚନା ଓ ପରାମର୍ଶ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ତାଲିମ ପ୍ରଦାନ କରିବା ପାଇଁ କଫି ବୋଡ଼ର ନିର୍ଦ୍ଦେଶକ ଜୟଲ ଘୋଷ, ସିନିୟର ଲିୟାସନ ଅଫିସର ଉପେନ୍ଦ୍ର କୁମାର ସାହା ,ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ, ସହକାରୀ ନିର୍ଦ୍ଦେଶକ ରମାକାନ୍ତ ସାହୁ ଯୋଗ ଦେଇଥିଲେ । ଏଥିରେ ତାଲିମ ପାଇବା ପାଇଁ ଜିଲ୍ଲାର ଫିରିଙ୍ଗିଆ, କେ.ନୂଆଗାଁ ଓ ଦାରିଙ୍ଗବାଡ଼ି ବ୍ଳକର ୪୫ଜଣ ଚାଷୀ ଯୋଗଦେଇ ଏହାର ଚାଷ ପ୍ରଣାଳୀ, ଲାଭ ଓ କଫି ବ୍ୟତୀତ କିଭଳି ଭାବେ ଅନ୍ୟ ଚାଷ ବା ମିଶ୍ରିତ ଚାଷ କରି ଅଧିକ ଲାଭବାନ ହେବେ ସେ ସମ୍ପର୍କରେ ଆଲୋଚନା ମଧ୍ୟମରେ ତାଲିମ ପାଇଥିଲେ। ପ୍ରତ୍ୟକ ଦର୍ଶୀ ବା ପ୍ରାକ୍ଟିକାଲ ଭାବେ ଦାରିଙ୍ଗବାଡ଼ି କଫି ବଗିଚାରେ ପହଞ୍ଚି ଏହି ଚାଷର ଜ୍ଞାନ ଆହରଣ କରିଥିଲେ । ଏହି ତାଲିମକୁ ଦାରିଙ୍ଗବାଡ଼ି ମୃତ୍ତିକା ସଂରକ୍ଷଣ ବିଭାଗ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ହୃଷିକେଶ ପ୍ରଧାନ ଓ ଅନନ୍ତ କୁମାର ଜେନା ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.