
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚତ୍ରୁପାର୍ଶ୍ଵରେ ବଣ ଜଙ୍ଗଲ ମଧ୍ୟରେ ଘେରିରହିଛି କିଛି ପଯ୍ୟଟନ ସ୍ଥଳି l ଆଦିବାସୀ ବହୁଳ ତଥା ପଛୁଆ ଜିଲ୍ଳା ଭାବେ ଚିତ୍ରଣ ହେଉଥିବା ବେଳେ ଏହାର ବିକାଶ ପାଇଁ ରାଜ୍ୟସରକାର ତରଫରୁ ବିଭିନ୍ନ ଯୋଜନାର ଶୁଭ ମାଲକାନଗିରି ରୁ ଦିଆଯାଇଥାଏ l ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ରହିଥିବା ବେଳେ ଯଦୁଗୁଡା ଇକୋ ପାର୍କ ଓ ଗୁମ୍ଫା ମଧ୍ୟରେ ପୂଜା ପାଉଥିବା ଶୈବପିଠଟି ଶ୍ରଦ୍ଧାଳୁ ମାନଙ୍କ ପାଇଁ ପୂଜାର୍ଚ୍ଚନା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି l ଏହି ଜାଗା ସଦର ମହକୁମା ଠାରୁ ମାତ୍ର 25 କିଲୋମିଟର ଦୂର ପଦ୍ମଗିରି ପଂଚାୟତ ରେ ଥିବାବେଳେ ଜିଲ୍ଲା ତଥା ପୋଡ଼ଶି ରାଜ୍ୟରୁ ବହୁ ସଂଖ୍ୟାକ ପର୍ଯ୍ୟଟକ ଓ ଶିବଭକ୍ତ ମାନେ ଦର୍ଶନ କରିବା ସହ ପୂଜା ଅର୍ଚନା କରିଥାନ୍ତି l ଏହି ଅଂଚଳର ଉନ୍ନତି କରଣ ନିମନ୍ତେ ବନବିଭାଗ ଦାୟିତ୍ୱ ନେଇଥବା ବେଳେ କିଛି ଗ୍ରାମବାସୀ ଏହି ମନ୍ଦିର ରକ୍ଷଣା ବେକ୍ଷଣ କରିଥାନ୍ତି କିନ୍ତୁ ଦୁଃଖର ବିଷୟ ତିନି ସପ୍ତାହରୁ ଉର୍ଦ୍ଧ ସମୟ ଧରି ଏଠାରେ ଆଲୋକ ସଂଯୋଗ ବିଛିନ୍ନ କରାଯାଇଥିବାରୁ ଗୁମ୍ଫା ମଧ୍ୟରେ ପୂଜା ପାଉଥିବା ବିଗ୍ରହ ଓ ଗୁମ୍ଫା ରେ ଅନ୍ଧାର ବିଜେକରିଛି । ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ହାତରେ ଟର୍ଚ୍ଚ କିମ୍ବା ମୋବାଇଲ ଲାଇଟ ମାଧ୍ୟମରେ ଭକ୍ତ ଦର୍ଶନ କରିଥାନ୍ତି l ଏପରିକି ଶୈବପୀଠର ପୂଜାର୍ଚ୍ଚନା ପାଇଁ ଓ ପାନୀୟ ଜଳ ପାଇଁ ପୂଜକଙ୍କୁ ୨ କିଲୋମିଟର ବାଟଯିବାକୁ ପଡିଥାଏ l ଶୈବ ପୀଠରେ ଏଭଳି ଅବ୍ୟବସ୍ଥା ପାଇଁ କିଏ ଦାୟୀ ତାହାର ଉତ୍ତର କାହାଠୁ ମିଳି ପାରୁନଥିବା ବେଳେ ଏଠାକୁ ଆସୁଥିବା ଭକ୍ତ ଏହାକୁ ନାପସନ୍ଦ କରିବା ସହ କ୍ଷୋଭବ୍ୟକ୍ତ କରିଛନ୍ତି l ଆଗାମି ଦିନରେ ଶ୍ରାବଣ ମାସ ଆରମ୍ଭ ଏବଂ କାଉଡ଼ିଆ ଯାତ୍ରା ବା ବୋଲବମ ଭକ୍ତଙ୍କ ଜଳାଭିଷେକ ସମୟରେ ଏହା ଅବ୍ୟବସ୍ଥାକୁ ଆହୁରି ବୃଦ୍ଧି କରିବା ସହ ବିଭିନ୍ନ ସମସ୍ୟା ସୃଷ୍ଟି କରିବ ଏଣୁ ପ୍ରଶାସନ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରି ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି l