ହିଲଭିୟୁ ପାର୍କର ପରିଚାଳନା ଦାୟିତ୍ବ ଠିକାସଂସ୍ଥାକୁ ଦିଆଗଲା

add-all

ଦାରିଙ୍ଗବାଡି (୨/୭) : ଓଡ଼ିଶାର ଭୂସ୍ବର୍ଗ ତଥା କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ସ୍ଥଳୀ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ସ୍ଥାନ କହିଲେ ହିଲଭିୟୁ ପାର୍କ କୁ ବୁଝାଇଥାଏ । ଏଠି ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ଭରା ବୃକ୍ଷ, ଗଛ ଲତା, ଛୋଟ ଛୋଟ ପିଲା ମାନଙ୍କ ମାନଙ୍କ ପାଇଁ ବିଭିନ୍ନ ଖେଳନା ଉପକରଣ , ଟ୍ରାଇବାଲ ମିୟୁଜିମ ରହିଛି ।ଯାହାକି ଦାରିଙ୍ଗବାଡିକୁ ବୁଲି ଆସୁଥିବା ରାଜ୍ୟ ତଥା ଦେଶ ବିଦେଶର ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ । ଏହା ପୂର୍ବରୁ ହିଲଭିୟୁ ପାର୍କକୁ ପରିଚାଳନା କରିବା ପାଇଁ ଦାରିଙ୍ଗବାଡ଼ିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ଦାୟିତ୍ୱରେ ଥିଲା । ବର୍ତ୍ତମାନ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ଏବଂ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଉପସ୍ଥିତିରେ ଦାରିଙ୍ଗବାଡ଼ିରେ ଯେଉଁ ହିଲଭିୟୁ ପାର୍କ ରହିଛି ତାର ସୌନ୍ଦର୍ଯ୍ୟର ବିକାଶ କ୍ଷେତ୍ରରେ ପାଦେ ଆଗକୁ ଯାଇ ଅଧିକ ସୌନ୍ଦର୍ଯ୍ୟକରଣ କରି ପର୍ଯ୍ୟଟକଙ୍କୁ ଆକର୍ଷଣୀୟ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତିକୁ ବାଦ ଦେଇ ଦାରିଙ୍ଗବାଡ଼ିରେ କାର୍ଯ୍ୟରତ ଥିବା ତ୍ରିଶକ୍ତି କନଷ୍ଟ୍ରକସନ କମ୍ପାନୀ କୁ କାର୍ଯ୍ୟଭାର ନ୍ୟସ୍ତ କରାଯାଇଛି । ଆଜି ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ବିଡିଓ ଗଦାଧର ପାତ୍ର ଓ ତହସିଲଦାର ଚାର୍ଲସ ନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପାର୍କର ପରିଚାଳନା ଦାୟିତ୍ବ ତ୍ରିଶକ୍ତି କନଷ୍ଟ୍ରକସନ କମ୍ପାନୀକୁ ଅର୍ପଣ କରାଯାଇଥିଲା । ବର୍ତ୍ତମାନ ଆଶା କରାଯାଉଛି କି , ଏହି ପାର୍କର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବେ ।.

ad-week
Leave A Reply

Your email address will not be published.