ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଦୁଇ ଦିନ ରଥ ଟଣା

add-all

ବାରିପଦା: ଶୁକ୍ରବାର ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ତିନି ରଥକୁ ବିଜେ ହୋଇଛନ୍ତି । ପରମ୍ପରା ଅନୁସାରେ ଶନିବାର ରଥାରୂଢ ଠାକୁରମାନେ ଭକ୍ତଙ୍କୁ ମୁକ୍ତ ଦର୍ଶନ ଦେବା ସହିତ ଟଣା ହୋଇ ଶ୍ରୀଗୁଣ୍ଡିଚା ଯିବ । ଶନିବାର ଓ ରବିବାର ରଥ ଟଣା ହେବ ।

ଶୁକ୍ରବାର ବିଧିବଦ୍ଧ ଭାବେ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡି ପରେ ତିନି ଠାକୁରଙ୍କ ରଥାରୂଢ କରାଯାଇଛି । ପରମ୍ପରା ଅନୁସାରେ ପୁରୀଠାରେ ଗୋଟିଏ ଦିନରେ ପହଣ୍ଡି ଓ ରଥଟଣା ହେଉଥିବା ବେଳେ ବାରିପଦାରେ ଶନିବାର ହେବ ସବୁ ନିତୀକାନ୍ତି । ପ୍ରଥମେ ବଳଭଦ୍ର ମନ୍ଦିରରୁ ପହଣ୍ଡି କରି ରଥାରୂଢ କରାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଥିଲା । ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ପ୍ରଥମେ ବଡଭାଇ ବଳଭଦ୍ରଙ୍କ ରଥ ଟଣା ହେବା ପରେ ସୁଭଦ୍ରାଙ୍କୁ କେବଳ ମହିଳାମାନେ ଟାଣି ଟାଣି ଟାଉନ ଥାନା ସମ୍ମୁଖରେ ରଖିବେ ।

ରବିବାର ପୁଣି ଅଧା ରାସ୍ତାରେ ରହିଥିବା ସୁଭଦ୍ରାକୁ ଗୁଣ୍ଡିଚା ମନ୍ଦିର ବିଜେ କରାଯିବ। ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ଟାଣି ମାଉସୀମା’ ମନ୍ଦିର ସମ୍ମୁଖରେ ପହଞ୍ଚାଇବା ପରମ୍ପରା ରହିଛି। ସେହିଭଳି ବାହୁଡାରେ କିନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପ୍ରଥମେ ମାଉସୀମା’ ମନ୍ଦିରରୁ ଟଣାଯିବାର ପରମ୍ପରା ରହିଛି । ତାପରେ ଦେବୀ ସୁଭଦ୍ରା ଓ ଶେଷରେ ଭାଇ ବଳଭଦ୍ରଙ୍କ ରଥ ଟଣାହୋଇ ରତ୍ନ ସିଂହାସନକୁ ଫେରିବେ।

ad-week
Leave A Reply

Your email address will not be published.