BJB କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ଭୁବନେଶ୍ବର: ଭୁବନେଶ୍ୱର ବିଜେବି କଲେଜରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ବିଜେବି କଲେଜ ଲେଡିଜ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣଙ୍କ ଯୁକ୍ତ ୩ କଳାର ପ୍ରଥମ ବର୍ଷର ହୋଇଥିବା ସୂଚନା ମିଳିଛି । ହଷ୍ଟେଲରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ।

ତେବେ ମୃତ ଛାତ୍ରୀଙ୍କ ନାମ ରୁଚିକା ମହାନ୍ତି। ସେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି। ଆତ୍ମହତ୍ୟାକୁ ନେଇ ଲେଡିଜ ହଷ୍ଟେଲର ଅଧୀକ୍ଷକ ଡକ୍ଟର ଜ୍ୟୋତି ରଥ କହିଛନ୍ତି ଯେ, ରୁଚିକା ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସେ ବିଜେବି କଲେଜ ଲେଡିଜ ହଷ୍ଟେଲରେ ରହିକି ପାଠ ପଢୁଥିଲେ। ରୁଚିକା ଆଜି କ୍ଳାସକୁ ଯାଇ ନଥିଲେ। ବହୁତ ସମୟ ଧରି କବାଟ ଖୋଲି ନଥିଲେ।

ad-week
Leave A Reply

Your email address will not be published.