କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

add-all

କଟକ : ରାଜଧାନୀ ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନେଇ ଆଜି ସିଏମସି ପକ୍ଷରୁ ସୂଚନା ମିଳିଛି। କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନ କଟକଣା କଡା କରିଛି। କଟକରେ ରହୁଥିବା ଲୋକେ,କଟକକୁ ଆସୁଥିବା ଲୋକେ ମାସ୍କ ପିନ୍ଧିବେ। ବାହାରକୁ ଗଲେ ବା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ।

ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମଲ୍‍,ଦୋକାନରେ ସାମାଜିକ ଦୂରତ୍ୱ ନରହିଲେ ମାଲିକ ଦାୟୀ ରହିବେ। ଗତ କିଛି ଦିନ ମଧ୍ୟରେ ଦେଶରେ ତଥା ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣି କଟକଣା ଫେରିବା ସହ ନିୟମ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଉଛି।

ad-week
Leave A Reply

Your email address will not be published.