ସିନିୟରଙ୍କ ନିର୍ଯ୍ୟାତନାରୁ ଆତ୍ମହତ୍ୟା କରିଛନ୍ତି ବିଜେବି ଛାତ୍ରୀ, ସୁଇସାଇଡ ନୋଟରେ ଚାଞ୍ଚଲ୍ୟକର ତଥ୍ୟ

add-all

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ନିବାସରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ମୃତ ଛାତ୍ରୀଙ୍କ ସୁଇସାଇଡ ନୋଟରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ୩ ଜଣ ସିନିୟର ଛାତ୍ରୀଙ୍କ ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା କରୁଥିବା ଉଲ୍ଲେଖ । ମାନସିକ ନିର୍ଯ୍ୟାତନାରେ ଅତିଷ୍ଟ ହୋଇ ଚରମ ପଦ କ୍ଷେପ ନେଉଥିବା ଲେଖିଛନ୍ତି ।

ତେବେ କେଉଁ ୩ ଜଣ ସିନିୟର ଛାତ୍ରୀ ସେମାନଙ୍କ ନାଁ ଲେଖିନାହାନ୍ତି ମୃତକ । ସୁଇସାଇଡ ନୋଟ ଆଧାରରେ ବଡଗଡ ଥାନାରେ ଏତଲା କଲେ ଛାତ୍ରୀଙ୍କ ମା । ଥାନାରେ ଏତଲା ପରେ ଛାତ୍ରୀ ନିବାସକୁ ଆସି ପୋଲିସର ପଚରାଉଚରା । ମୃତ ଛାତ୍ରୀ ଜଣଙ୍କ ନାମ ରୁଚିକା ମହାନ୍ତି। ସେ ଯୁକ୍ତ ୩ କଳାର ଇତିହାସ ବିଭାଗର ପ୍ରଥମ ବର୍ଷରେ ପାଠ ପଢୁଥିଲେ। ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ ରୁଚିକା। ଏଣୁ ସେ ପାଠ ପଢାରେ ସମୟ ଦେବା ସହ ହଷ୍ଟେଲର ଅନ୍ୟ ଅନ୍ତେବାସୀଙ୍କ ସହ ଏତେ ମିଳାମିଶା କରୁନଥିଲେ। ଆଜି ସକାଳୁ କ୍ଲାସ କରିବାକୁ ନଯାଇ ସାଙ୍ଗ ରହୁଥିବା ୨୦୧ ରୁମ୍ ରେ ଏକାକୀ ରହିଥିଲେ। ଆଜି ସକାଳେ ଛାତ୍ରୀ ନିବାସରୁ ମିଳିଥିଲା ଝୁଲନ୍ତା ଅବସ୍ଥାରେ ମିଳିଥିଲା ମୃତଦେହ ।

ad-week
Leave A Reply

Your email address will not be published.