ଗାଁରେ ଶୋକାକୂଳ ପରିବେଶରେ ରୁଚିକା ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

add-all

ଆଠଗଡ଼: ଆଠଗଡ଼ କଖଡି ଗାଁରେ ଶୋକାକୂଳ ପରିବେଶ। ଶୋକାକୂଳ ପରିବେଶ ମଧ୍ୟରେ ରୁଚିକା ମହାନ୍ତିଙ୍କର ହୋଇଛି ଶେଷକୃତ୍ୟ ସମ୍ପନ୍ନ। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହକୁ ଆଠଗଡ଼ କଖଡି ଗାଁକୁ ନିଆଯାଇ ଗତ ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରାଯାଇଛି। ରୁଚିକା ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷ କଳା ଛାତ୍ରୀ ଥିଲେ।

ସେ କାରୁବାକି ହଷ୍ଟେଲର ରୁମ୍ ନମ୍ବର ୨୦୧ ରେ ରହୁଥିଲେ। ୟୁପିଏସ୍ ସି ପାଇଁ ସେ ପ୍ରସ୍ତୁତି ଚଳାଇଥିଲେ। ଗତକାଲି ସେ କ୍ଲାସ୍ କୁ ଯାଇନଥିଲେ।

ad-week
Leave A Reply

Your email address will not be published.