ମହାନଦୀରେ ଉଦଘାଟିତ ହେଲା ଦ୍ୱିତୀୟ ଭାସମାନ ରେସ୍ତୋରାଁ

add-all

କଟକ: ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ ର ମଜା ନେବେ ପର୍ଯ୍ୟଟକ। ଓ୍ୱାଟର ସ୍ପୋର୍ଟସ ସିଂପ୍ଲେଲ ଓ ଓ.ଟି.ଡି.ସିର ମିଳିତ ଆନୁକୂଲ୍ୟରେ ମହାନଦୀରେ ଉଦଘାଟନ ହେଲା ଦ୍ଵିତୀୟ ଭାସମାନ ତିରିଶ ସଂଖ୍ୟା ଵିଶିଷ୍ଟ ରେଷ୍ଟୁରାଣ୍ଟ।ପୂର୍ବରୁ ଏକ ୮ ଟି ସିଟ ବିଶିଷ୍ଟ ଭାସମାନ ରେଷ୍ଟୁରାଣ୍ଟ ବହୁଳ ଆଦୃତ ହେବା ପରେ ଏହି ଭାସମାନ ରେଷ୍ଟୁରାଣ୍ଟର କରାଯାଇଛି ପରିକଳ୍ପନା ।କଟକର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଙ୍କ ଦ୍ଵାରା ଉଦଘାଟିତ ହୋଇଛି ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟ।ମହାନଦୀ ରେ ବୋଟିଂ ତା ପରେ ପୁଣି ବିସ୍ତୀର୍ଣ୍ଣ ମହାନଦୀର ଜଳ ରାଶି ଭିତରେ ବିଭିନ୍ନ ସୁସ୍ଵାଦ ଖାଦ୍ୟର ମଜା।

ଏହି ରେଷ୍ଟୁରାଣ୍ଟ ରେ ଜଣେ ଗୋଟିଏ ଟେବୁଲକୁ ଏକ ଘଣ୍ଟା ପାଇଁ ଦେବାକୁ ପଡିବ ୧୨୦୦ ଟଙ୍କା । ସେହିଭଳି ପୁରା ୩୦ ସିଟର ରେଷ୍ଟୁରାଣ୍ଟ ପାଇଁ ୨ ଘଣ୍ଟାରେ ଦେବାକୁ ପଡିବ ୧୦,୦୦୦ଟଙ୍କା।ଯଦି ଆପଣ ଦିନ ୧୦ ଟା ୩୦ ରୁ ଦିନ ୩ ଟା ୩୦ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟର ମଜା ନେବେ ତାହାଲେ ୨୦,୦୦୦ଟଙ୍କା ଦେବାକୁ ପଡିବ। ସେଇଭଳି ଦିନ ୪ ଟା ୩୦ ରୁ ରାତି ୯ ଟା ୩୦ ପର୍ଯ୍ୟନ୍ତ ପୁରା ରେଷ୍ଟୁରାଣ୍ଟକୁ ମଧ୍ୟ ୨୦,୦୦୦ ଦେବାକୁ ପଡିବ। ପୁରା ଦିନ ଓ ପୁରା ରେଷ୍ଟୁରାଣ୍ଟ ପାଇଁ ଦେବାକୁ ପଡିବ ୩୭,୦୦୦ ଟଙ୍କା । ଜନ୍ମଦିନ,ଆନିଭରସାରି ତଥା ବିଭିନ୍ନ ପାର୍ଟି ପାଇଁ ହୋଇଛି ବିଶେଷ ବ୍ୟବସ୍ଥା ।

ad-week
Leave A Reply

Your email address will not be published.