ଶ୍ରୀମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ : ଏଏସଆଇ

add-all

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ କୌଣସି ସଙ୍କଟ ନାହିଁ। ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। କେବଳ ଧଳା ଆସ୍ତରଣରେ କେମିକାଲ ଦିଆଯିବ। ରବିବାର କୋର କମିଟି ଓ ଏଏସଆଇର ୧୫ ଜଣିଆ ଟିମ୍ ମିଳିତ ଭାବେ ଦୀର୍ଘ ତିନି ଘଣ୍ଟା ଧରି ତନ୍ନ ତନ୍ନ ଯାଞ୍ଚ କରିବା ପରେ ସୂଚନା ଦେଇଥିଲେ ଏଏସଆଇ ସୁପରିଟେଡେଣ୍ଟ ଅରୁଣ ମଲ୍ଲିକ।

ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି କାର୍ଯ୍ୟ ଆସନ୍ତା ୧୦ ଦିନ ଭିତରେ ସାରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଗର୍ଭଗୃହକୁ ଧଳା ଧଳା ଆସ୍ତରଣରେ ସଫେଇ କରାଯିବା ସହ କେମିକାଲ କ୍ଲିନିଙ୍ଗ କରାଯିବ। ଜଗମୋହନ ଓ ନାଟମଣ୍ଡପର ସ୍ଥିତି ଠିକ୍ ରହିଛି। ତେବେ ପୂର୍ବରୁ ୭ଟି ଦ୍ବାରର ରୂପା ଛାଉଣୀ ସରିଥିବା ବେଳେ କଳାହାଟ ଦ୍ୱାରର ରୂପାଛାଉଣୀ ଶୀଘ୍ର ଶେଷ କରାଯିବ। ଏଥିପାଇଁ କଳାହାଟ ଦ୍ବାର ଖୋଲା କାର୍ଯ୍ୟ ସରିଛି। ବର୍ମାଟିକ୍ କାଠରେ ପ୍ରସ୍ତୁତ ଫେମ୍ ଶ୍ରୀମନ୍ଦିରକୁ ଆସିବା ପରେ ଏଥିରେ ରୂପା ଦିଆଯାଇ କଳାହାଟ ଦ୍ବାର ପ୍ରସ୍ତୁତ କରାଯିବ। ଏହି କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ବୋଲି କହିଛନ୍ତି ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ।

ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରୁ ସିସିଟିଭି ସଂସ୍ଥାପନ ନେଇ ଏଏସଆଇ ଡିଜିଙ୍କୁ ଚିଠି ଲେଖାଯାଇଛି। ଅନୁମତି ମିଳିବା ପରେ ଖୁବଶୀଘ୍ର ସିସିଟିଭି ସଂସ୍ଥାପନ କରାଯିବ ବୋଲି ଏଏସଆଇ ଓଡିଶା ମୁଖ୍ୟ ତଥା ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.